ଓଏନଏଲ୍(ବ୍ୟୁୁରୋ) - ରାଜ୍ୟରେ ଶୀତ ଲହର ଜାରି ଥିବାବେଳେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୪୮ ଘଣ୍ଟିଆ ସତର୍କ ସୂଚନା ଜାରି କରାଯାଇଛି । ଆଗାମୀ ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଲହର ଜାରି ରହିବ । ୨୪ ଘଣ୍ଟା ଭିତରେ ଜାଡ଼ ଆହୁରି ବଢ଼ିବାର ଆଶଙ୍କା ରହିଛି । ଆଜି ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲ୍ଲାରେ ଶୀତ ଲହର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି କଳାହାଣ୍ଡି ଓ କନ୍ଧମାଳରେ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହେବ ।
ଆଗାମୀ ୩ ଦିନ ପାଇଁ ସର୍ବନିମ୍ନ ତାପମାତ୍ରା ଅପରିବର୍ତ୍ତୀତ ରହିବା ସହ ଶୀତ ବଢ଼ିବାର ଆଶଙ୍କା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ୧୭ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ପବନର ଦିଗ ପରିବର୍ତ୍ତନକୁ ନେଇ ବଙ୍ଗୋପସାଗରରୁ ଆଦ୍ରବାୟୁ ପ୍ରବାହ ହେବା ଆଶଙ୍କା ଥିବାରୁ ପାଗ ମେଘଆ ରହିବା ସହ କିଛି ସ୍ଥାନରେ ବର୍ଷା ସାଙ୍ଗକୁ ଶୀତ ମଧ୍ୟ ବଢ଼ିବ ।