ଓଏନଏଲ୍(ବ୍ୟୁୁରୋ) - ସୁଭଦ୍ରା ଯୋଜନା ହିତାଧୀକାରୀଙ୍କୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ୟ୍ୟାୟରେ ସୁଭଦ୍ରା ଟଙ୍କା ମିଳିସାରରିଛି। ଡିସେମ୍ବର ୨୫ ତାରିଖରେ ଚତୁର୍ଥ ପର୍ୟ୍ୟାୟ ସୁଭଦ୍ରା ଟଙ୍କା ମିଳିବବୋଲି ଚର୍ଚ୍ଚା ହେଉଥିଲା। ତେବେ ଯାଞ୍ଚ ଚାଲିଥିବାରୁ ଚତୁର୍ଥ ପର୍ୟ୍ୟାୟ ସୁଭଦ୍ରା ଟଙ୍କା ଡିସେମ୍ବରରେ ମିଳିବ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି।
ଯେଉଁ ହିତାଧିକାରୀଙ୍କର ବାୟୋମେଟ୍ରିକରେ ଇ-କେୱାସି ଶେଷ ଦେଖାଉଛି, ତେବେ ଅଚିନ୍ତା ରୁହନ୍ତୁ। ଯେଉଁମାନେ ଇ-କେୱାସି କରିନାହାନ୍ତି, ସେମାନେ ତୁରନ୍ତ ବାୟୋମେଟ୍ରିକ ପ୍ରକ୍ରିୟାରେ ଇ-କେୱାସି କରନ୍ତୁ। ଯେଉଁମାନଙ୍କର ଓଟିପି ଜରିଆରେ ଇ-କେୱାସି କରିଛନ୍ତ, ସେମାନେ ବି ବାୟୋମେଟ୍ରିକ ପ୍ରକ୍ରିୟାରେ ଋ-କଣଉ କରିବାକୁ ପଡ଼ିବ।
ଉଲ୍ଲେଖଯୋଗ୍ୟ, ଇ-କେୱାସି ଅପ୍ଡେଟ୍ ନଥିବାରୁ ୫ ଲକ୍ଷ ୧୧ ହଜାର ଆବେଦନ ପଡ଼ି ରହିଛି। ସେମାନଙ୍କର ଅଣ୍ଡର ପ୍ରୋସେସ ଦେଖାଉଛି। ସେମାନଙ୍କୁ ଜନସେବା କେନ୍ଦ୍ର ବା ମୋ ସେବା କେନ୍ଦ୍ର ଯାଇ ଇ-କେୱାସି କରିବାକୁ ପଡ଼ିବ। ଗାଁରେ ଏବେ ଫିଲ୍ଡ ଭେରି ଫିକେସନ୍ ଚାଲିଛି। ସମସ୍ତେ ସହଯୋଗ କରନ୍ତୁ। ବ୍ଲକ ଅଫିସ, ସରପଞ୍ଚ ଓ ଅଙ୍ଗନବାଡି କର୍ମୀଙ୍କୁ ନିଜର କୌଣସି ଅସୁବିଧା ଥିଲେ ଅଭିଯୋଗ ଜଣାନ୍ତୁ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି।
ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ମଣ୍ଡିରେ ୫ ଏକର ଜମି ଥିବା ଦର୍ଶାଇଥିଲେ ରିଜେକ୍ଟ ଲିଷ୍ଟରେ ନାଁ ଆସିବ। ଭୁଲବଶତଃ ଉଲ୍ଲେଖ କରିଥିଲେ ପୋର୍ଟାଲ ଜରିଆରେ ଅଭିଯୋଗ କରନ୍ତୁ। ଯେଉଁମାନଙ୍କ ରିଜେକ୍ଟ ହୋଇଯାଇଛି, ସେମାନଙ୍କ ୩ ଥର ଯାଞ୍ଚ ସରିଲାଣି।