Please wait...

Trending Now
  • ବିଦା ହେବେ ଦୀର୍ଘ ଦିନ ଧରି ବିନା ଛୁଟିରେ ଅନୁପସ୍ଥିତ ରହିଥିବା ଡାକ୍ତର, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବଡ଼ ଧରଣର ପ୍ରସ୍ତୁତି ଆରମ୍ଭ
  • ନୂଆ ବର୍ଷରୁ ରେଳ ଯାତ୍ରୀଙ୍କୁ ମିଳିପାରେ ଝଟ୍‌କା ! AC ଶ୍ରେଣୀର ରେଳ ଭଡ଼ାରେ ବୃଦ୍ଧି ପାଇଁ ସଂସଦୀୟ ଷ୍ଟାଣ୍ଡିଂ କମିଟିର ପ୍ରସ୍ତାବ ପରେ ବଢିଲା ଚର୍ଚ୍ଚା
  • ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବାକୁ ଅଣ୍ଚା ଭିଡିଲା କମିଶନରେଟ ପୋଲିସ, ଗଠନ ହେଲା ଆଣ୍ଟି ବର୍ଗଲାରୀ ସ୍କ୍ବାଡ୍
  • ସମୟସୀମା ଭିତରେ ପ୍ରକଳ୍ପ ଗୁଡିକର କାମ ନସାରିଲେ ଠିକାଦାରଙ୍କ ଉପରେ ହେବ ଆକ୍ସନ : ପୃଥ୍ୱୀରାଜ ହରିଚନ୍ଦନ
  • ଲୋକସଭାରେ ଆଗତ ହେଲା ‘ଓ୍ବାନ ନେସନ ଓ୍ବାନ ଇଲେକ୍ସନ’ ବିଲ୍‌, କଂଗ୍ରେସ ଓ ସମାଜବାଦୀ ପାର୍ଟି ପକ୍ଷରୁ ଜୋରଦାର ବିରୋଧ
Sunday, Dec 22, 2024
Published on: Tuesday, December 17, 2024
Odisha

ବିଦା ହେବେ ଦୀର୍ଘ ଦିନ ଧରି ବିନା ଛୁଟିରେ ଅନୁପସ୍ଥିତ ରହିଥିବା ଡାକ୍ତର, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବଡ଼ ଧରଣର ପ୍ରସ୍ତୁତି ଆରମ୍ଭ


ଓଏନଏଲ୍(ବ୍ୟୁୁରୋ) - ଦୀର୍ଘ ଦିନ ଧରି ବିନା ଛୁଟିରେ ଅନୁପସ୍ଥିତ ରହିଥିବା ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେଉଛି। ପର୍ଯ୍ୟାୟକ୍ରମେ ସେମାନଙ୍କୁ କାର୍ଯ୍ୟରୁ ବିଦା କରାଯିବ। ଏଥିପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ବଡ଼ ଧରଣର ପ୍ରସ୍ତୁତି ଆରମ୍ଭ କରିଛି।

ଉଲ୍ଲେଖଯୋଗ୍ୟ, ବିଧାନସଭାର ଶୀତକାଳୀନ ଅଧିବେଶନରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ରାଜ୍ୟରେ ଏବେ ୧୯୬ ଜଣ ଡାକ୍ତର ବିନା ଅନୁମତିରେ ଦୀର୍ଘ ଦିନ ହେଲା କାର୍ଯ୍ୟରେ ଅନୁପସ୍ଥିତ ରହିଛନ୍ତି ଏବଂ ବିଧି ବ୍ୟବସ୍ଥା ଅନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଛି। କିନ୍ତୁ ବାସ୍ତବତା ହେଲା ସରକାରଙ୍କ ଅଗୋଚରରେ ଶତାଧିକ ଡାକ୍ତର ବର୍ଷ ବର୍ଷ ଧରି ଅନୁପସ୍ଥିତ ଅଛନ୍ତି। ସେମାନଙ୍କ ଖୋଜ ଖବର ସ୍ୱାସ୍ଥ୍ୟ ବିଭାଗ ପାଖରେ ନାହିଁ। କିଏ ମାସେ ପାଇଁ ଛୁଟି ନେଇ ଯାଇଛନ୍ତି ତ ଆଉ ଫେରି ନାହାନ୍ତି। ଆଉ କେହି ବିନା କୌଣସି ସୂଚନାରେ ହଠାତ୍‌ ଅନ୍ତର୍ଧ୍ୟାନ ହୋଇଯାଇଛନ୍ତି। ବିଭାଗ କେବଳ ତାଙ୍କ ଠିକଣାରେ ଚିଠି ପଠାଇ କାର୍ଯ୍ୟରେ ଯୋଗଦେବା ପାଇଁ ତାଗିଦ୍‌ କରି ଆସୁଛ; ହେଲେ ସେମାନଙ୍କୁ କିଛି ଫରକ ପଡୁନାହିଁ। ତେଣୁ ପର୍ଯ୍ୟାୟକ୍ରମେ ସେମାନଙ୍କୁ କାର୍ଯ୍ୟରୁ ବିଦା କରାଯିବ।

Recent News
Copyright © 2024 ODISHANEWSLIVE.COM. All rights reserved.