Please wait...

Trending Now
  • ବିଦା ହେବେ ଦୀର୍ଘ ଦିନ ଧରି ବିନା ଛୁଟିରେ ଅନୁପସ୍ଥିତ ରହିଥିବା ଡାକ୍ତର, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବଡ଼ ଧରଣର ପ୍ରସ୍ତୁତି ଆରମ୍ଭ
  • ନୂଆ ବର୍ଷରୁ ରେଳ ଯାତ୍ରୀଙ୍କୁ ମିଳିପାରେ ଝଟ୍‌କା ! AC ଶ୍ରେଣୀର ରେଳ ଭଡ଼ାରେ ବୃଦ୍ଧି ପାଇଁ ସଂସଦୀୟ ଷ୍ଟାଣ୍ଡିଂ କମିଟିର ପ୍ରସ୍ତାବ ପରେ ବଢିଲା ଚର୍ଚ୍ଚା
  • ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବାକୁ ଅଣ୍ଚା ଭିଡିଲା କମିଶନରେଟ ପୋଲିସ, ଗଠନ ହେଲା ଆଣ୍ଟି ବର୍ଗଲାରୀ ସ୍କ୍ବାଡ୍
  • ସମୟସୀମା ଭିତରେ ପ୍ରକଳ୍ପ ଗୁଡିକର କାମ ନସାରିଲେ ଠିକାଦାରଙ୍କ ଉପରେ ହେବ ଆକ୍ସନ : ପୃଥ୍ୱୀରାଜ ହରିଚନ୍ଦନ
  • ଲୋକସଭାରେ ଆଗତ ହେଲା ‘ଓ୍ବାନ ନେସନ ଓ୍ବାନ ଇଲେକ୍ସନ’ ବିଲ୍‌, କଂଗ୍ରେସ ଓ ସମାଜବାଦୀ ପାର୍ଟି ପକ୍ଷରୁ ଜୋରଦାର ବିରୋଧ
Sunday, Dec 22, 2024
Published on: Tuesday, December 17, 2024
Odisha

ସମୟସୀମା ଭିତରେ ପ୍ରକଳ୍ପ ଗୁଡିକର କାମ ନସାରିଲେ ଠିକାଦାରଙ୍କ ଉପରେ ହେବ ଆକ୍ସନ : ପୃଥ୍ୱୀରାଜ ହରିଚନ୍ଦନ


ଓଏନଏଲ୍(ବ୍ୟୁୁରୋ) - ପ୍ରକଳ୍ପ ଗୁଡିକର କାମରେ କ୍ୱାଲିଟିରେ କମ୍ପରମାଇଜ ନ କରିବାକୁ ପୂର୍ତ୍ତ ବିଭାଗର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥସହ ସମୟ ସୀମା ସୁଦ୍ଧା କାମ ଶେଷ ନକଲେ ଦଣ୍ଡ ବିଧାନ ହେବ। ପେନାଲଟି ହେବା ସହ ଅନ୍ୟ କାର୍ଯ୍ୟାନୁଷ୍ଠାନ ବି କରିବେ ସରକାର। ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ହୋଇଥିବା ବିସ୍ତୃତ ସମୀକ୍ଷା ବୈଠକରେ ଏଭଳି ନିଷ୍ପତି ହୋଇଛି ।

ବୈଠକରେ ବିଭାଗୀୟ ଅଧିକାରୀଙ୍କ ସହ ସମସ୍ତ ଏଜେନସି ଏବଂ ଠିକାଦାର ମାନେ ଉପସ୍ଥିତ ଥିଲେ। ରାଜ୍ୟର ସମସ୍ତ ରୋଡ଼, ବ୍ରିଜ, ବିଲଡିଂ, ଏନଏଚ ପ୍ରକଳ୍ପ, ଓବିସିସି ପ୍ରକଳ୍ପ ନେଇ ମନ୍ତ୍ରୀ ନେଇଥିଲେ ବିସ୍ତୃତ ସମୀକ୍ଷା। ଶହେ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ପ୍ରକଳ୍ପର ସମୀକ୍ଷା ହୋଇଥିଲା। ପ୍ରକଳ୍ପର ସ୍ଥିତି ନେଇ ଆଲୋଚନା ହେବା ସହ ପ୍ରକଳ୍ପ ଶେଷ ସମୟ ସୀମା ମଧ୍ୟ ଧର୍ଯ୍ୟ କରାଯାଇଛି। ଯେଉଁ ପ୍ରକଳ୍ପ ରେ ସମସ୍ୟା ଅଛି ସେ ନେଇ ଚର୍ଚ୍ଚା ଆଲୋଚନା ହୋଇଛି। ପୂର୍ବରୁ ଲମ୍ବା ସମୟ ଧରି ପ୍ରକଳ୍ପ କାମ ଚାଲୁଥିଲା। ବିଭାଗକୁ ଶୃଙ୍ଖଳିତ କରିବା ସହ ଅନ ଦ ସ୍ପଟ କିଛି ନିଷ୍ପତ୍ତି ହୋଇଛି। ଲମ୍ବା ସମୟ ପାଇଁ ଭିତ୍ତିଭୂମି ଏବଂ ରୋଡ଼ ନେଟୱାର୍କକୁ ସୁଦୃଢ କରିବାକୁ ବିସ୍ତୃତ ଆଲୋଚନା ହୋଇଛି। ପ୍ରକଳ୍ପ କାମ ପାଇଁ ବିଭାଗ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବ ବୋଲି ବୈଠକରେ ଏଭଳି ନିଷ୍ପତି ହୋଇଛି।


Recent News
Copyright © 2024 ODISHANEWSLIVE.COM. All rights reserved.