Please wait...

Trending Now
  • ବିଦା ହେବେ ଦୀର୍ଘ ଦିନ ଧରି ବିନା ଛୁଟିରେ ଅନୁପସ୍ଥିତ ରହିଥିବା ଡାକ୍ତର, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବଡ଼ ଧରଣର ପ୍ରସ୍ତୁତି ଆରମ୍ଭ
  • ନୂଆ ବର୍ଷରୁ ରେଳ ଯାତ୍ରୀଙ୍କୁ ମିଳିପାରେ ଝଟ୍‌କା ! AC ଶ୍ରେଣୀର ରେଳ ଭଡ଼ାରେ ବୃଦ୍ଧି ପାଇଁ ସଂସଦୀୟ ଷ୍ଟାଣ୍ଡିଂ କମିଟିର ପ୍ରସ୍ତାବ ପରେ ବଢିଲା ଚର୍ଚ୍ଚା
  • ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବାକୁ ଅଣ୍ଚା ଭିଡିଲା କମିଶନରେଟ ପୋଲିସ, ଗଠନ ହେଲା ଆଣ୍ଟି ବର୍ଗଲାରୀ ସ୍କ୍ବାଡ୍
  • ସମୟସୀମା ଭିତରେ ପ୍ରକଳ୍ପ ଗୁଡିକର କାମ ନସାରିଲେ ଠିକାଦାରଙ୍କ ଉପରେ ହେବ ଆକ୍ସନ : ପୃଥ୍ୱୀରାଜ ହରିଚନ୍ଦନ
  • ଲୋକସଭାରେ ଆଗତ ହେଲା ‘ଓ୍ବାନ ନେସନ ଓ୍ବାନ ଇଲେକ୍ସନ’ ବିଲ୍‌, କଂଗ୍ରେସ ଓ ସମାଜବାଦୀ ପାର୍ଟି ପକ୍ଷରୁ ଜୋରଦାର ବିରୋଧ
Monday, Dec 23, 2024
Published on: Sunday, December 15, 2024
Odisha

ଶ୍ରୀମନ୍ଦିରରୁ ୭ ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ କାବୁ କଲା ପୋଲିସ, ସୁନା ଚେନ୍, କାର୍ ଏବଂ ୪ଟି ମୋବାଇଲ ସହ ଟଙ୍କା ଜବତ


ଓଏନଏଲ୍(ବ୍ୟୁୁରୋ) - ପୁରୀ ଶ୍ରୀମନ୍ଦିରରେ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଲୁଟ କରିବା ଉଦ୍ଦେଶ୍ୟରେ ଲୁଟେରା ଗ୍ୟାଙ୍ଗ ଘୁରି ବୁଲୁଛନ୍ତି । କିନ୍ତୁ ବର୍ତ୍ତମାନ ଏହି ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି ପୋଲିସ । ଶ୍ରୀମନ୍ଦିରରୁ ୭ ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ପୋଲିସ ଗିରଫ କରିଛି । ନାଟମଣ୍ଡପ ସିସିଟିଭି ଯାଞ୍ଚ ପରେ ୪ ଜଣ ମହିଳା ଏବଂ ୩ ଜଣ ଯୁବକଙ୍କୁ କାବୁ କରିଛି ପୋଲିସ । ଏମାନଙ୍କ ପାଖରୁ ୨୨ ଗ୍ରାମର ସୁନା ଚେନ୍, କାର୍ ଏବଂ ୪ଟି ମୋବାଇଲ ସହିତ ୪ ହଜାର ଟଙ୍କା ମଧ୍ୟ ପୋଲିସ ଜବତ କରିଛି । ତେବେ ଗିରଫ ହୋଇଥିବା ଅଭିଯୁକ୍ତ ପଶ୍ଚିମବଙ୍ଗ ହୁଗୁଳି ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ସେଠାରୁ ଆସି ପୁରୀ ବଳିଆପଣ୍ଡାରେ ରହୁଥିଲେ ଏହି ଲୁଟେରା । ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କୁ ଟାର୍ଗେଟ କରି ଲୁଟ୍ କରୁଥିବା ପୋଲିସ ସୂଚନା ଦେଇଛି ।

Recent News
Copyright © 2024 ODISHANEWSLIVE.COM. All rights reserved.