Please wait...

Trending Now
  • ବିଦା ହେବେ ଦୀର୍ଘ ଦିନ ଧରି ବିନା ଛୁଟିରେ ଅନୁପସ୍ଥିତ ରହିଥିବା ଡାକ୍ତର, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବଡ଼ ଧରଣର ପ୍ରସ୍ତୁତି ଆରମ୍ଭ
  • ନୂଆ ବର୍ଷରୁ ରେଳ ଯାତ୍ରୀଙ୍କୁ ମିଳିପାରେ ଝଟ୍‌କା ! AC ଶ୍ରେଣୀର ରେଳ ଭଡ଼ାରେ ବୃଦ୍ଧି ପାଇଁ ସଂସଦୀୟ ଷ୍ଟାଣ୍ଡିଂ କମିଟିର ପ୍ରସ୍ତାବ ପରେ ବଢିଲା ଚର୍ଚ୍ଚା
  • ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବାକୁ ଅଣ୍ଚା ଭିଡିଲା କମିଶନରେଟ ପୋଲିସ, ଗଠନ ହେଲା ଆଣ୍ଟି ବର୍ଗଲାରୀ ସ୍କ୍ବାଡ୍
  • ସମୟସୀମା ଭିତରେ ପ୍ରକଳ୍ପ ଗୁଡିକର କାମ ନସାରିଲେ ଠିକାଦାରଙ୍କ ଉପରେ ହେବ ଆକ୍ସନ : ପୃଥ୍ୱୀରାଜ ହରିଚନ୍ଦନ
  • ଲୋକସଭାରେ ଆଗତ ହେଲା ‘ଓ୍ବାନ ନେସନ ଓ୍ବାନ ଇଲେକ୍ସନ’ ବିଲ୍‌, କଂଗ୍ରେସ ଓ ସମାଜବାଦୀ ପାର୍ଟି ପକ୍ଷରୁ ଜୋରଦାର ବିରୋଧ
Monday, Dec 23, 2024
Published on: Sunday, December 15, 2024
Odisha

ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷାନୀତି, ନୂଆ ପାଠ୍ୟକ୍ରମରେ ରହିବ ଜଙ୍ଗଲ-କେନ୍ଦ୍ରୀୟ ସଂସ୍କୁତି : ଧର୍ମେନ୍ଦ୍ର ପ୍ରଧାନ


ଓଏନଏଲ୍(ବ୍ୟୁୁରୋ) - କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଜାତୀୟ ଶିକ୍ଷାନୀତିକୁ ରାଜ୍ୟରେ ବିଧିବଦ୍ଧ ଭାବେ ଲାଗୁକରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର । ଏହି ଶିକ୍ଷାନୀତି ଅନୁଯାୟୀ, ଯେଉଁ ପାଠ୍ୟକ୍ରମ ପ୍ରସ୍ତୁତ ହେବ, ସେଥିରେ ଓଡ଼ିଶାର ଜଙ୍ଗଲ-କେନ୍ଦ୍ରିକ ସଂସ୍କୃତି, ଇତିହାସ ଓ ସମ୍ଭାବନା ବିଷୟରେ ଶିକ୍ଷା ଦିଆଯିବ । ଜଙ୍ଗଲ ହେଉଛି ଓଡ଼ିଶା ଅର୍ଥନୀତିର ମେରୁଦଣ୍‌ପ । ଜଙ୍ଗଲ ସାଙ୍ଗେ ଆଦିବାସୀ ଭାଇଭଉଣୀ ମାନଙ୍କର ଜୀବନ-ଜୀବିକା ଯୋଡି ହୋଇରହିଛି । ଅତୀତରେ ଜଙ୍ଗଲରୁ ହିଁ ଦେଶ ସ୍ୱାଧୀନତାର ନେତୃତ୍ୱ ବିକଶିତ ହୋଇଥିଲା । ଏ ସମସ୍ତ ବିଷୟ ସାଙ୍ଗକୁ ସତତ ବିକାଶ ଲକ୍ଷ୍ୟ ବା ଏସ.ଡି.ଜି ସଙ୍ଗେ ଜଙ୍ଗଲ ସଂପଦକୁ ଯୋଡ଼ିବା ଦିଗରେ ମଧ୍ୟ ନୂତନ ପାଠ୍ୟକ୍ରମରେ ଗୁରୁତ୍ୱ ଦିଆଯିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ।

Recent News
Copyright © 2024 ODISHANEWSLIVE.COM. All rights reserved.