Please wait...

Trending Now
  • ବିଦା ହେବେ ଦୀର୍ଘ ଦିନ ଧରି ବିନା ଛୁଟିରେ ଅନୁପସ୍ଥିତ ରହିଥିବା ଡାକ୍ତର, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବଡ଼ ଧରଣର ପ୍ରସ୍ତୁତି ଆରମ୍ଭ
  • ନୂଆ ବର୍ଷରୁ ରେଳ ଯାତ୍ରୀଙ୍କୁ ମିଳିପାରେ ଝଟ୍‌କା ! AC ଶ୍ରେଣୀର ରେଳ ଭଡ଼ାରେ ବୃଦ୍ଧି ପାଇଁ ସଂସଦୀୟ ଷ୍ଟାଣ୍ଡିଂ କମିଟିର ପ୍ରସ୍ତାବ ପରେ ବଢିଲା ଚର୍ଚ୍ଚା
  • ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବାକୁ ଅଣ୍ଚା ଭିଡିଲା କମିଶନରେଟ ପୋଲିସ, ଗଠନ ହେଲା ଆଣ୍ଟି ବର୍ଗଲାରୀ ସ୍କ୍ବାଡ୍
  • ସମୟସୀମା ଭିତରେ ପ୍ରକଳ୍ପ ଗୁଡିକର କାମ ନସାରିଲେ ଠିକାଦାରଙ୍କ ଉପରେ ହେବ ଆକ୍ସନ : ପୃଥ୍ୱୀରାଜ ହରିଚନ୍ଦନ
  • ଲୋକସଭାରେ ଆଗତ ହେଲା ‘ଓ୍ବାନ ନେସନ ଓ୍ବାନ ଇଲେକ୍ସନ’ ବିଲ୍‌, କଂଗ୍ରେସ ଓ ସମାଜବାଦୀ ପାର୍ଟି ପକ୍ଷରୁ ଜୋରଦାର ବିରୋଧ
Monday, Dec 23, 2024
Published on: Saturday, December 14, 2024
National/International

ବନ୍ଧକମୁକ୍ତ କୃଷିଋଣ ସୀମା ୧.୬ ଲକ୍ଷ କୋଟିରୁ ୨ ଲକ୍ଷ କୋଟିକୁ ବୃଦ୍ଧି କଲା RBI


ଓଏନଏଲ୍(ବ୍ୟୁୁରୋ) - କୃଷି କ୍ଷେତ୍ରକୁ ସହାୟତା ଓ ବଢିଚାଲିଥିବା ଖର୍ଚ୍ଚର ଭରଣା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇ ବନ୍ଧକମୁକ୍ତ କୃଷିଋଣ ସୀମାକୁ ବୃଦ୍ଧି କରିଛନ୍ତି । କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ଉଦ୍ଦିଷ୍ଟ ଏହି ଋଣ ସୀମାକୁ ବର୍ତ୍ତମାନର ୧.୬ ଲକ୍ଷ କୋଟିରୁ ୨ ଲକ୍ଷ କୋଟିକୁ ବୃଦ୍ଧି କରାଯାଇଛି। ଏ ନେଇ ଆସନ୍ତା ଜାନୁଆରି ୧ରୁ ଆବଶ୍ୟକ ପଦକ୍ଷେପ ନେବା ଲାଗି ବ୍ୟାଙ୍କମାନଙ୍କୁ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ଦେଇଛନ୍ତି।

ଏହାଛଡ଼ା ଏ ନେଇ କୃଷକମାନଙ୍କ ମଧ୍ୟରେ ସଚେତନା ବୃଦ୍ଧି ପାଇଁ ମଧ୍ୟ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କୃଷକମାନଙ୍କ ଉପରେ ମୁଦ୍ରାସ୍ଫୀତିର ବଢିଚାଲିଥିବା ପ୍ରଭାବ ଏବଂ କୃଷି ଖର୍ଚ୍ଚ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏହାର ଉଦ୍ଦେଶ୍ୟ ହେଉଛି କୃଷକମାନଙ୍କୁ ବର୍ଦ୍ଧିତ ଆର୍ଥିକ ସୁବିଧା ପ୍ରଦାନ କରିବା ଏବଂ ବନ୍ଧକ ସମସ୍ୟା ବିନା ସେମାନଙ୍କର ପରିଚାଳନାଗତ ଏବଂ ଉନ୍ନୟନମୂଳକ ଆବଶ୍ୟକତା ପୂରଣ କରିବା ପାଇଁ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ସମ୍ବଳ ସୁନିଶ୍ଚିତ କରିବା ।

Recent News
Copyright © 2024 ODISHANEWSLIVE.COM. All rights reserved.