ଓଏନଏଲ୍(ବ୍ୟୁୁରୋ) - ନିଜ ବୟସରେ ଠକେଇ କରିଥିବା ନେଇ ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି ଭାରତୀୟ କ୍ରିକେଟର ମହମ୍ମଦ ଶାମି । ଅନ୍ତର୍ଜାତୀୟ କ୍ରିକେଟରେ ୪୦୦ ରୁ ଅଧିକ ୱିକେଟ୍ ନେଇଥିବା ଏହି ମହାନ ବୋଲର ଏବେ କିନ୍ତୁ ତାଙ୍କ ବୟସରେ ଠକେଇ ଖବର ଯୋଗୁଁ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହୋଇଛନ୍ତି।
ଯେମିତିକି ଆପଣ ଜାଣିଛନ୍ତି, ପତ୍ନୀ ଶାମିଙ୍କ ବିରୋଧରେ ଘରୋଇ ନିର୍ଯ୍ୟାତନା ଏବଂ ମ୍ୟାଚ୍ ଫିକ୍ସିଂ ଭଳି ଗୁରୁତର ଅଭିଯୋଗ ଆଣିଥିଲେ । ତେବେ ବିସିସିଆଇ ବହୁ ପୂର୍ବରୁ ଫିକ୍ସିଂ ମାମଲାରେ ଶାମିଙ୍କୁ କ୍ଲିନ୍ ଚିଟ୍ ଦେଇସାରିଛି । ତେବେ ବର୍ତ୍ତମାନ ଡ୍ରାଇଭିଂ ଲାଇସେନ୍ସର ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ଶାମିଙ୍କ ବୟସ ୪୨ ବର୍ଷ ବୋଲି ଦର୍ଶାଯାଇଛି ।
ଖବର ମୁତାବକ, ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ମହମ୍ମଦ ଶାମିଙ୍କ ଡ୍ରାଇଭିଂ ଲାଇସେନ୍ସ ସେୟାର କରିଛନ୍ତି । ଏହାକୁ ଦେଖିଲେ ଏହା ସ୍ପଷ୍ଟ ହେଉଛି ଯେ, ଶାମିଙ୍କ ବୟସ ୪୨ ବର୍ଷ ହୋଇଥିବାବେଳେ ସେ ନିଜକୁ ୩୪ ବର୍ଷ ବୋଲି କହୁଛନ୍ତି । ୮ ବର୍ଷର ବୟସ ପାର୍ଥକ୍ୟ ପାଇବା ପରେ ଲୋକମାନେ ଶାମିଙ୍କୁ ଟ୍ରୋଲ କରିବାରେ ବ୍ୟସ୍ତ ଅଛନ୍ତି । ତେବେ ବଡ଼ କଥା ହେଲା, ଉକ୍ତ ପୋଷ୍ଟକୁ ଟିଲିଟ୍ କରିଦିଆଯାଇଛି । କିନ୍ତୁ ଅନ୍ୟ ଲୋକମାନେ ଏହାର ସଫୋଟୋ ନେଇ ଏହାକୁ ସୋସିଆଲ ମିଡିଆରେ ପୁନଃ ସେୟାର କରିଛନ୍ତି । ଏପର୍ଯ୍ୟନ୍ତ, ଏହି ଡ୍ରାଇଭିଂ ଲାଇସେନ୍ସ ଫଟୋ ଅସଲି କିମ୍ବା ଏଡିଟ୍ ହୋଇଛି ତାହା ଜଣାପଡିନାହିଁ ।