Please wait...

Trending Now
  • ବିଦା ହେବେ ଦୀର୍ଘ ଦିନ ଧରି ବିନା ଛୁଟିରେ ଅନୁପସ୍ଥିତ ରହିଥିବା ଡାକ୍ତର, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବଡ଼ ଧରଣର ପ୍ରସ୍ତୁତି ଆରମ୍ଭ
  • ନୂଆ ବର୍ଷରୁ ରେଳ ଯାତ୍ରୀଙ୍କୁ ମିଳିପାରେ ଝଟ୍‌କା ! AC ଶ୍ରେଣୀର ରେଳ ଭଡ଼ାରେ ବୃଦ୍ଧି ପାଇଁ ସଂସଦୀୟ ଷ୍ଟାଣ୍ଡିଂ କମିଟିର ପ୍ରସ୍ତାବ ପରେ ବଢିଲା ଚର୍ଚ୍ଚା
  • ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବାକୁ ଅଣ୍ଚା ଭିଡିଲା କମିଶନରେଟ ପୋଲିସ, ଗଠନ ହେଲା ଆଣ୍ଟି ବର୍ଗଲାରୀ ସ୍କ୍ବାଡ୍
  • ସମୟସୀମା ଭିତରେ ପ୍ରକଳ୍ପ ଗୁଡିକର କାମ ନସାରିଲେ ଠିକାଦାରଙ୍କ ଉପରେ ହେବ ଆକ୍ସନ : ପୃଥ୍ୱୀରାଜ ହରିଚନ୍ଦନ
  • ଲୋକସଭାରେ ଆଗତ ହେଲା ‘ଓ୍ବାନ ନେସନ ଓ୍ବାନ ଇଲେକ୍ସନ’ ବିଲ୍‌, କଂଗ୍ରେସ ଓ ସମାଜବାଦୀ ପାର୍ଟି ପକ୍ଷରୁ ଜୋରଦାର ବିରୋଧ
Monday, Dec 23, 2024
Published on: Sunday, September 08, 2024
Sports/Entertainment

ଏସିଆନ ଚାମ୍ପିୟନ୍ସ ଟ୍ରଫି : ୩-୦ ଗୋଲରେ ଚାଇନାକୁ ପରାସ୍ତ କଲା ଡିଫେଣ୍ଡିଂ ଚାମ୍ପିଅନ ଭାରତ


ଓଏନଏଲ୍(ବ୍ୟୁୁରୋ) - ଚାଇନାର ହୁଲୁନବୁଇରରେ ଆଜିଠାରୁ ଆରମ୍ଭ ହୋଇଛି ଏସିଆନ ଚାମ୍ପିୟନ୍ସ ଟ୍ରଫିର ଅଷ୍ଟମ ସଂସ୍କରଣ । ପ୍ରଥମ ମ୍ୟାଚ୍‌ରେ ୩-୦ ଗୋଲରେ ଚାଇନାକୁ ପରାସ୍ତ କରିଛି ଡିଫେଣ୍ଡିଂ ଚାମ୍ପିଅନ ଭାରତ। ଭାରତୀୟ ଟିମ୍ ପକ୍ଷରୁ ସୁଖଜୀତ ସିଂହ, ଉତ୍ତମ ସିଂହ ଓ ଅଭିଷେକ ପୃଥକ ଭାବେ ୩ଟି ଗୋଲ୍ କରିଥିଲେ।

ଭାରତ ପାଇଁ ୧୪ତମ ମିନିଟ୍‌ରେ ପ୍ରଥମ ଗୋଲ୍ କରିଥିଲେ ସୁଖଜୀତ ସିଂହ। ତା’ପରେ ଦ୍ୱିତୀୟ ଗୋଲ ଆସିଥିଲା ଦ୍ୱିତୀୟ କ୍ୱାର୍ଟରରେ। ଉତ୍ତମ ସିଂହ ଚାଇନରେ ଡିଫେନ୍ସ ଲାଇନକୁ ଭାଙ୍ଗି ଗୋଲ୍ ଦେବାରେ ସଫଳ ହୋଇଥିଲେ। ୩୨ତମ ମିନିଟ୍‌ରେଚାଇନର ଡିଫେଣ୍ଡରଙ୍କୁ ଚକମା ଦେଇ ଏକ ଗୋଲ୍ ଦେବାରେ ଭାରତ ସଫଳ ହୋଇଥିଲା। ପ୍ୟାରିସ ଅଲିମ୍ପିକ୍ସ ପରେ ପିଆର ଶ୍ରୀଜେଶ ଅବସର ନେଇ ଯାଇଥିବାରୁ ଆଜି ଭାରତୀୟ ଦଳ ପାଇଁ ଗୋଲ୍ ପୋଷ୍ଟ ସମ୍ଭାଳିଥିଲେ କୃଷ୍ଣ ବାହାଦୂର ପାଠକ।

ଭାରତ ତାର ଦ୍ୱିତୀୟ ମ୍ୟାଚ୍ ଆସନ୍ତାକାଲି ଜାପାନ ବିପକ୍ଷରେ ଖେଳିବ। ସେହିପରି ୧୧ ତାରିଖରେ ଦଳ ତା’ର ତୃତୀୟ ମ୍ୟାଚ୍ ମ୍ୟାଲେସିୟା ବିପକ୍ଷରେ ଓ ୧୨ ତାରିଖରେ ଦକ୍ଷିଣ କୋରିଆ  ଓ ସେପ୍ଟେମ୍ବର ୧୪ ତାରିଖରେ ଭାରତ ତା’ର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ।

ସୂଚନାଯୋଗ୍ୟ, ନିକଟରେ ଶେଷ ହୋଇଥିବା ପ୍ୟାରିସ ଅଲିମ୍ପିକ୍ସରେ ଭାରତ ବ୍ରୋଞ୍ଜ ପଦକ ଜିତିଥିବାରୁ ଭାରତୀୟ ଖେଳଳୀଙ୍କ ମନୋବଳ ଦୃଢ଼ ଅଛି।

Recent News
Copyright © 2024 ODISHANEWSLIVE.COM. All rights reserved.