ଓଏନଏଲ୍(ବ୍ୟୁୁରୋ) - ସେପ୍ଟେମ୍ବର ଶେଷ ସୁଦ୍ଧା ଓଡ଼ିଶା ଆସିବେ ୫ ମହାବଳ ବାଘ । ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇ କହିଛନ୍ତି, ବରଗଡ଼ ଦେବ୍ରିଗଡ଼ରେ ୩ ଓ ଶିମିଳିପାଳରେ ୨ ମହାବଳ ଛଡ଼ାଯିବ। ଆସିବାକୁ ଥିବା ମହାବଳ ଚିହ୍ନଟ ହୋଇଛନ୍ତି । ଆଇନଗତ ପ୍ରକ୍ରିୟା ସରିଛି ସପ୍ତାହକ ଭିତରେ ବନ ବିଭାଗର ୨ଟି ଟିମ୍ ମହାବଳ ଆଣିବାକୁ ଯିବେ। ଦେବ୍ରିଗଡ଼ରେ ବାଘ ଗାଁ ଗଣ୍ଡାକୁ ନ ଯିବା ଲାଗି ସୋଲାର ଫେନ୍ସିଂ ହେବ ବୋଲି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ।
ସେହିପରି, ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଆସିବେ ୨ ଜିରାଫ। ଫଳରେ ନନ୍ଦନକାନନରେ ଥିବା ଜିରାଫ ‘ଖୁସି’କୁ ମିଳିବେ ୨ ନୂଆ ସାଥୀ । ଜିରାଫ ଆଣିବା ନେଇ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି। ଚଳିତ ମାସ ସୁଦ୍ଧା ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ହଳେ ଜିରାଫ। ଆନିମଲ ଏକ୍ସଚେଞ୍ଜ ପ୍ରୋଗ୍ରାମରେ ଆଲିପୁର ଚିଡ଼ିଆଖାନାରୁ ଅଣାଯିବ ବୋଲି କହିଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ।