ଓଏନଏଲ୍(ବ୍ୟୁୁରୋ) - ଦକ୍ଷିଣ ଆଫ୍ରିକାର ୩୯ ବର୍ଷିୟ ମର୍ନେ ମର୍କେଲ ଟିମ୍ ଇଣ୍ଡିଆର ନୂତନ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ପ୍ରଥମ ପସନ୍ଦ ଥିଲେ। ଉଭୟ ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ ଦଳରେ ଏକାଠି କାମ କରିଛନ୍ତି। ଗମ୍ଭୀର ୨ ବର୍ଷ ଧରି ଆଇପିଏଲ ଦଳ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସର ମେଣ୍ଟର ବା ମାର୍ଗଦର୍ଶକ ଥିବା ବେଳେ ମର୍ନେ ମର୍କେଲ ବୋଲିଂ ପ୍ରଶିକ୍ଷକ ଥିଲେ। ଏହାପୂର୍ବରୁ ଗମ୍ଭୀର ଏବଂ ମର୍କେଲ ମଧ୍ୟ କୋଲକାତା ନାଇଟ୍ ରାଇଡର୍ସ ଦଳରେ ତିନି ବର୍ଷ ଧରି ପରସ୍ପର ସହ କାମ କରିଥିଲେ।
ଉଲ୍ଲେଖଯୋଗ୍ୟ, ମର୍କେଲ ଦକ୍ଷିଣ ଆଫ୍ରିକା ପାଇଁ ୮୬ଟି ଟେଷ୍ଟ, ୧୧୭ ଟି ODI ଏବଂ ୪୪ ଟି -20 ଅନ୍ତର୍ଜାତୀୟ ଖେଳିଛନ୍ତି ଯେଉଁଥିରେ ସେ ମୋଟ ୫୪୪ ୱିକେଟ୍ ନେଇଛନ୍ତି।