Please wait...

Trending Now
  • ଘୋଷଣା ବଦଳାଇଲେ ସ୍ବାସ୍ଥ୍ୟମନ୍ତ୍ରୀ ! ଜାନୁଆରୀ ନୁହେଁ ଫେବୃଆରୀ ମାସରେ ଲାଗୁ ହେବ ଆୟୁଷ୍ମାନ ଭାରତ
  • ବିପୁଳ ସୁନା କିଣୁଛି ରିଜର୍ଭ ବ୍ୟାଙ୍କ ! RBI ଭଣ୍ଡାରରେ ଗଚ୍ଛିତ ଥିବା ସୁନା ପରିମାଣ ୮୭୬ ଟନକୁ ବୃଦ୍ଧି
  • ଆସନ୍ତା ୩ ଦିନ ଯାଏଁ ୫ ଜିଲ୍ଲାରେ କୁହୁଡି ନେଇ ଆଲର୍ଟ ଜାରି
  • ସମସ୍ତ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ବିଜେପି ସାଂସଦ ପ୍ରଦୀପ ପାଣିଗ୍ରାହୀ, ସାମ୍ବାଦିକ ସମ୍ମିଳନୀ କରି କହିଲେ ପଣା ସଂକ୍ରାନ୍ତିରେ ଖୋଲିବେ ‘ବିଜେଡ଼ି ପାଞ୍ଜି’
  • ଜନତା ମଇଦାନରେ ପ୍ରବାସୀ ଭାରତୀୟ ସମ୍ମିଳନୀର ହେଲା ଶୁଭାରମ୍ଭ, ରାଜଧାନୀ ଉତ୍ସବମୁଖର
Thursday, Jan 9, 2025
Published on: Wednesday, January 08, 2025
Odisha

ଘୋଷଣା ବଦଳାଇଲେ ସ୍ବାସ୍ଥ୍ୟମନ୍ତ୍ରୀ ! ଜାନୁଆରୀ ନୁହେଁ ଫେବୃଆରୀ ମାସରେ ଲାଗୁ ହେବ ଆୟୁଷ୍ମାନ ଭାରତ


ଓଏନଏଲ୍(ବ୍ୟୁୁରୋ) - ପରିବର୍ତ୍ତନ ହେଲା ଆୟୁଷ୍ମାନ ଭାରତ ଲାଗୁ ହେବାର ସମୟ । ଜାନୁଆରୀ ନୁହେଁ ବରଂ ଫେବୃଆରୀ ମାସରେ ଲାଗୁ ହେବା ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ମନ୍ତ୍ରୀଙ୍କ କହିବା ଅନୁସାରେ, ଆୟୁଷ୍ମାନ ଭାରତ ଲାଗୁ କରାଯିବା ନେଇ କ୍ୟାବିନେଟରେ ପାରିତ ହେବ । କ୍ୟାବିନେଟ ପାରିତ ହେଲା ପରେ MOU ସ୍ବାକ୍ଷର କରାଯିବ । ଏହାପରେ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯିବ ।

ଫେବୃଆରୀରେ ଲାଗୁ ହେବା ନେଇ ଯୋଜନା ରହିଥିବା କଥା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଆସନ୍ତା ୧୩ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ହେବ MOU ସ୍ବାକ୍ଷରିତ ହେବ । କାର୍ଡ ପ୍ରିଣ୍ଟ ହୋଇ ବଣ୍ଟନ ପରେ ଫେବ୍ରୁଆରୀରୁ ଲାଗୁ କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗକହିଛନ୍ତି ।

Recent News
Copyright © 2025 ODISHANEWSLIVE.COM. All rights reserved.