Please wait...

Trending Now
  • ଘୋଷଣା ବଦଳାଇଲେ ସ୍ବାସ୍ଥ୍ୟମନ୍ତ୍ରୀ ! ଜାନୁଆରୀ ନୁହେଁ ଫେବୃଆରୀ ମାସରେ ଲାଗୁ ହେବ ଆୟୁଷ୍ମାନ ଭାରତ
  • ବିପୁଳ ସୁନା କିଣୁଛି ରିଜର୍ଭ ବ୍ୟାଙ୍କ ! RBI ଭଣ୍ଡାରରେ ଗଚ୍ଛିତ ଥିବା ସୁନା ପରିମାଣ ୮୭୬ ଟନକୁ ବୃଦ୍ଧି
  • ଆସନ୍ତା ୩ ଦିନ ଯାଏଁ ୫ ଜିଲ୍ଲାରେ କୁହୁଡି ନେଇ ଆଲର୍ଟ ଜାରି
  • ସମସ୍ତ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ବିଜେପି ସାଂସଦ ପ୍ରଦୀପ ପାଣିଗ୍ରାହୀ, ସାମ୍ବାଦିକ ସମ୍ମିଳନୀ କରି କହିଲେ ପଣା ସଂକ୍ରାନ୍ତିରେ ଖୋଲିବେ ‘ବିଜେଡ଼ି ପାଞ୍ଜି’
  • ଜନତା ମଇଦାନରେ ପ୍ରବାସୀ ଭାରତୀୟ ସମ୍ମିଳନୀର ହେଲା ଶୁଭାରମ୍ଭ, ରାଜଧାନୀ ଉତ୍ସବମୁଖର
Wednesday, Jan 8, 2025
Published on: Tuesday, January 07, 2025
Odisha

ଆଗାମୀ ୫ଦିନ ଭିତରେ ଅଦିନିଆ ବର୍ଷାର ଶିକାର ଚାଷୀଙ୍କୁ କ୍ଷତିପୂରଣ ମିଳିବ : ସୁରେଶ ପୂଜାରୀ


ଓଏନଏଲ୍(ବ୍ୟୁୁରୋ) - ନିକଟରେ ଅଦିନିଆ ବର୍ଷାର ଶିକାର ହୋଇ ଫସଲ କ୍ଷୟକ୍ଷତିର ସାମ୍ନା କରିଥିବା ଚାଷୀଙ୍କୁ ଆଗାମୀ ୫ଦିନ ଭିତରେ କ୍ଷତିପୂରଣ ମିଳିବ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟ ସରକାର ଗତ ଦୁଇ ଦିନ ହେଲା ଚାଷୀମାନଙ୍କୁ ଆର୍ଥିକ ସହାୟତ ପ୍ରଦାନ କରିବା ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ରାଜସ୍ବ ବିଭାଗ ଜିଲ୍ଲାପାଳମାନଙ୍କୁ ସହାୟତା ରାଶି ପାଇଁ ଟଙ୍କା ପଠାଇ ସାରିଛନ୍ତି।   

ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ଚାଷୀମାନଙ୍କୁ ଜଳସେଚିତ ଜମିର କ୍ଷୟକ୍ଷତି ପାଇଁ ହେକ୍ଟର ପିଛା ୧୫,୦୦୦ ଟଙ୍କା ଓ ଅଣଜଳସେଚିତ ଜମି ପାଇଁ ୭,୫୦୦ ଟଙ୍କା କ୍ଷତିପୂରଣ ପ୍ରଦାନ କରୁଛନ୍ତି। ଜିଲ୍ଲାପାଳମାନେ ଦେଇଥିବା ରିପୋର୍ଟ ଅନୁସାରେ ରାଜ୍ୟର ଚାଷୀମାନେ ୨୯୨ କୋଟି ଟଙ୍କା କ୍ଷୟକ୍ଷତିର ସାମ୍ନା କରିଛନ୍ତି। ଅଦିନିଆ ବର୍ଷା ପାଇଁ ରାଜ୍ୟର ୧୪ଟି ଜିଲ୍ଲାର ଚାଷୀ କ୍ଷୟକ୍ଷତିର ସାମ୍ନା କରିଛନ୍ତି। ଦୁଇଟି ଜିଲ୍ଲାର ଚାଷୀ ଆଂଶିକ କ୍ଷତିର ସାମ୍ନା କରିଛନ୍ତି।  ଅଦିନିଆ ବର୍ଷା ଯୋଗୁଁ ପୁରୀ ଜିଲ୍ଲାର ଚାଷୀ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଦ୍ବିତୀୟରେ ଗଂଜାମ ଜିଲ୍ଲାର ଚାଷୀ ମଧ୍ୟ କ୍ଷତିର ସାମ୍ନା କରିଛନ୍ତି। ଗତବର୍ଷ ଡିସେମ୍ବର ୨୦ରୁ ୨୮ ତାରିଖ ମଧ୍ୟରେ ହୋଇଥିବା ଅଦିନିଆ ବର୍ଷା ପାଇଁ ମୋଟ ୬,୬୬,୭୨୦ ଚାଷୀ ପ୍ରଭାବିତ ହୋଇଛନ୍ତି। ବର୍ଷା ଯୋଗୁଁ ୨,୨୬,୭୯୧.୨୭ ହେକ୍ଟର ଚାଷ ଜମି ନଷ୍ଟ ହୋଇଥିଲା। ଏଥିରେ ଧାନ, ପନିପରିବା, ବାଦାମ ଓ କପା ଚାଷ ରହିଛି।

Recent News
Copyright © 2025 ODISHANEWSLIVE.COM. All rights reserved.