Please wait...

Trending Now
  • ଘୋଷଣା ବଦଳାଇଲେ ସ୍ବାସ୍ଥ୍ୟମନ୍ତ୍ରୀ ! ଜାନୁଆରୀ ନୁହେଁ ଫେବୃଆରୀ ମାସରେ ଲାଗୁ ହେବ ଆୟୁଷ୍ମାନ ଭାରତ
  • ବିପୁଳ ସୁନା କିଣୁଛି ରିଜର୍ଭ ବ୍ୟାଙ୍କ ! RBI ଭଣ୍ଡାରରେ ଗଚ୍ଛିତ ଥିବା ସୁନା ପରିମାଣ ୮୭୬ ଟନକୁ ବୃଦ୍ଧି
  • ଆସନ୍ତା ୩ ଦିନ ଯାଏଁ ୫ ଜିଲ୍ଲାରେ କୁହୁଡି ନେଇ ଆଲର୍ଟ ଜାରି
  • ସମସ୍ତ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ବିଜେପି ସାଂସଦ ପ୍ରଦୀପ ପାଣିଗ୍ରାହୀ, ସାମ୍ବାଦିକ ସମ୍ମିଳନୀ କରି କହିଲେ ପଣା ସଂକ୍ରାନ୍ତିରେ ଖୋଲିବେ ‘ବିଜେଡ଼ି ପାଞ୍ଜି’
  • ଜନତା ମଇଦାନରେ ପ୍ରବାସୀ ଭାରତୀୟ ସମ୍ମିଳନୀର ହେଲା ଶୁଭାରମ୍ଭ, ରାଜଧାନୀ ଉତ୍ସବମୁଖର
Wednesday, Jan 8, 2025
Published on: Tuesday, January 07, 2025
National/International

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଦିବଙ୍ଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ


ଓଏନଏଲ୍(ବ୍ୟୁୁରୋ) - ଦିବଙ୍ଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ମାରକ ନିର୍ମାଣ ପାଇଁ ଦିଲ୍ଲୀ ସ୍ଥିତ ‘ରାଷ୍ଟ୍ରୀୟ ସ୍ମୃତି’ ପରିସରରେ ଏକ ସ୍ଵତନ୍ତ୍ର ସ୍ଥାନ ଚିହ୍ନଟକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି। ଲେଖିକା ତଥା ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ସେ ସାମାଜିକ ଗଣମାଧ୍ୟମ ଏକ୍ସରେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କୁ ଭେଟିଛନ୍ତି ଏବଂ ବାପାଙ୍କ ପାଇଁ ଏକ ସ୍ମାରକ ନିର୍ମାଣ କରିବା ସରକାରଙ୍କ ନିଷ୍ପତ୍ତି ପ୍ରତି ଆଭାର ଓ କୃତଜ୍ଞତା ଜ୍ଞାପନ କରିଛନ୍ତି। ସରକାରଙ୍କ ପଦକ୍ଷେପ ଆହୁରି ପ୍ରଶଂସନୀୟ, କାରଣ ଆମେ ଏଥିପାଇଁ ସରକାରଙ୍କୁ କହି ନ ଥିଲୁ। ପ୍ରଧାନମନ୍ତ୍ରୀଙ୍କ ଏହି ଅପ୍ରତ୍ୟାଶିତ ଦୟାଭାବ ଓ କୃତଜ୍ଞତାରେ ବହୁତ ପ୍ରଭାବିତ।

ଶର୍ମିଷ୍ଠା ଲେଖିଛନ୍ତି, ବାବା(ପ୍ରଣବ ମୁଖାର୍ଜୀ) କହୁଥିଲେ, ରାଷ୍ଟ୍ରୀୟ ସମ୍ମାନ ପାଇଁ ଦାବି କରିବା ଉଚିତ୍ ନୁହେଁ, ବରଂ ସରକାର ନିଜ ଆଡ଼ୁ ଅଫର କରିଥାନ୍ତି। ମୁଁ ବହୁତ କୃତଜ୍ଞ ଯେ, ପ୍ରଧାନମନ୍ତ୍ରୀ ମୋଦୀ ବାବାଙ୍କ ସ୍ମୃତି ଓ ସମ୍ମାନରେ ଏମିତି କରିଛନ୍ତି। ଏମିତିରେ ବି ବାବାଙ୍କ ଉପରେ ଏହା କୌଣସି ଫରକ ପଡ଼େ ନାହିଁ କାରଣ ସେ ଏବେ ଦୁନିଆରେ ନାହାନ୍ତି। ସେ ପ୍ରଶଂସା ଓ ଆଲୋଚନାଠୁ ଉର୍ଦ୍ଧ୍ଵରେ ଅଛନ୍ତି। ତାଙ୍କ ଝିଅ ହୋଇଥିବା ଯୋଗୁଁ ନିଜର ଏହି ଖୁସିକୁ ଶବ୍ଦରେ ପ୍ରକାଶ କରି ପାରିବି ନାହିଁ।

ସୂଚନାଯୋଗ୍ୟ, ପ୍ରଣବ ମୁଖାର୍ଜୀ ୨୦୧୨ ଜୁଲାଇରୁ ୨୦୧୭ ଜୁଲାଇ ପର୍ଯ୍ୟନ୍ତ ଦେଶର ରାଷ୍ଟ୍ରପତି ଥିଲେ। ତାଙ୍କୁ ୨୦୧୯ରେ ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। କିଛି ଦିନ ପୂର୍ବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକ ଘଟିଥିଲା। ମନମୋହନଙ୍କ ଉଦ୍ଦେଶ୍ୟରେ ସ୍ମାରକ ନିର୍ମାଣ ପାଇଁ କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ ପ୍ରସ୍ତାବ ପାରିତ ହୋଇଥିଲା। ଏହାକୁ ନେଇ କଂଗ୍ରେସକୁ ସମାଲୋଚନା କରିଥିଲେ ଶର୍ମିଷ୍ଠା। ସେ କହିଥିଲେ ବାପା ପ୍ରଣବଙ୍କ ନିଧନରେ କଂଗ୍ରେସ ସ୍ମାରକ ନିର୍ମାଣ ତ ଦୂରର କଥା ଶୋକ ସଭା ମଧ୍ୟ ଆୟୋଜିତ କରି ନ ଥିଲା। ଏହା ତାଙ୍କୁ ବେଶ ମର୍ମାହତ କରିଥିଲା।

Recent News
Copyright © 2025 ODISHANEWSLIVE.COM. All rights reserved.