Please wait...

Trending Now
  • ଘୋଷଣା ବଦଳାଇଲେ ସ୍ବାସ୍ଥ୍ୟମନ୍ତ୍ରୀ ! ଜାନୁଆରୀ ନୁହେଁ ଫେବୃଆରୀ ମାସରେ ଲାଗୁ ହେବ ଆୟୁଷ୍ମାନ ଭାରତ
  • ବିପୁଳ ସୁନା କିଣୁଛି ରିଜର୍ଭ ବ୍ୟାଙ୍କ ! RBI ଭଣ୍ଡାରରେ ଗଚ୍ଛିତ ଥିବା ସୁନା ପରିମାଣ ୮୭୬ ଟନକୁ ବୃଦ୍ଧି
  • ଆସନ୍ତା ୩ ଦିନ ଯାଏଁ ୫ ଜିଲ୍ଲାରେ କୁହୁଡି ନେଇ ଆଲର୍ଟ ଜାରି
  • ସମସ୍ତ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ବିଜେପି ସାଂସଦ ପ୍ରଦୀପ ପାଣିଗ୍ରାହୀ, ସାମ୍ବାଦିକ ସମ୍ମିଳନୀ କରି କହିଲେ ପଣା ସଂକ୍ରାନ୍ତିରେ ଖୋଲିବେ ‘ବିଜେଡ଼ି ପାଞ୍ଜି’
  • ଜନତା ମଇଦାନରେ ପ୍ରବାସୀ ଭାରତୀୟ ସମ୍ମିଳନୀର ହେଲା ଶୁଭାରମ୍ଭ, ରାଜଧାନୀ ଉତ୍ସବମୁଖର
Thursday, Jan 9, 2025
Published on: Wednesday, January 08, 2025
Odisha

ସମସ୍ତ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ବିଜେପି ସାଂସଦ ପ୍ରଦୀପ ପାଣିଗ୍ରାହୀ, ସାମ୍ବାଦିକ ସମ୍ମିଳନୀ କରି କହିଲେ ପଣା ସଂକ୍ରାନ୍ତିରେ ଖୋଲିବେ ‘ବିଜେଡ଼ି ପାଞ୍ଜି’


ଓଏନଏଲ୍(ବ୍ୟୁୁରୋ) -   ପାଞ୍ଚ ପାଞ୍ଚଟି ମାମଲାରେ ଛନ୍ଦି ହୋଇଥିବା ବିଜେପି ସାଂସଦ ପ୍ରଦୀପ ପାଣିଗ୍ରାହୀ ଆଜି ନିର୍ଦ୍ଦୋଷ ସାବ୍ୟସ୍ତ ହେବା ପରେ ସାମ୍ବାଦିକ ସମ୍ମିଳନୀ କରି ବିଜେଡ଼ିକୁ କଡ଼ା ସମାଲୋଚନା କରିଛନ୍ତି । ମିଥ୍ୟା ଆରୋପରେ ତାଙ୍କୁ କିପରି ଦଳରୁ ବିତାଡ଼ିତ କରାଗଲା ତାହା ସେ କହିଛନ୍ତି । ପ୍ରଦୀପ କହିଛନ୍ତି ତାଙ୍କ ନିକଟରେ ବିଜେଡ଼ିର ପାଞ୍ଜି ରହିଛି । ପୁଷ ମାସ ଗଲେ ମାଘ ଆସିଲେ ସବୁ ଗୋଟି ଗୋଟି କରି ରହସ୍ୟ ଖୋଲିବେ । ଓଡ଼ିଆ ନବ ବର୍ଷ ପଣା ସଂକ୍ରାନ୍ତିରେ ‘ବିଜେଡ଼ି ପାଞ୍ଜି’ ସେ ଖୋଲିବେ ବୋଲି ଖୋଲା ଖୋଲି କହିଛନ୍ତି । ୨୪ ବର୍ଷ ପରେ ଆପଣମାନଙ୍କର ମନେ ପଡ଼ିଗଲା କି ଓଡ଼ିଆ ଲୋକ କଷ୍ଟ ପାଉଛନ୍ତି ବୋଲି ବିଜେଡ଼ିକୁ କଟାକ୍ଷ କରିଛନ୍ତି ପ୍ରଦୀପ ।

ପ୍ରଦୀପ କହିଛନ୍ତି, ଓଡ଼ିଶାର ପ୍ରଥମ ଥର ହୋଇଥିଲା ଯେ ପୋଲିସ ଟୁଇଟ୍ କରି ମୋତେ ଗିରଫ କରିଥିଲା । ସେଥିପାଇଁ ସମ୍ପୃକ୍ତ ଆଇପିଏସ ଅଫିସରଙ୍କୁ ପୋଲିସ କମିଶନରଭାବେ ପୁରସ୍କାର ଦିଆଯାଇଥିଲା । ପ୍ରତିଶୋଧ ନେବା ପ୍ରଶ୍ନର ଉତ୍ତରରେ ପ୍ରଦୀପ କହିଛନ୍ତି, “ମୁଁ କ୍ଷମାରେ ବିଶ୍ୱାସ ରଖେ” । ଏଥିସହ ସେ କହିଛନ୍ତି, ମୋତେ କୋର୍ଟ ୫ଟି ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି । ଏହା ଦ୍ୱାରା ମୋର ପୁଅ-ଝିଅ ଓ ଗୋପାଳପୁର ଜନତାଙ୍କୁ ମଧ୍ୟ ଆଶ୍ଵସ୍ତି ମିଳିଛି । ସେ କହିଛନ୍ତି ଯେ, ମୋତେ ‌ଷଡ଼ଯନ୍ତ୍ର କରି ଗିରଫ କରାଯାଇଥିଲା । ବିଜେଡିରୁ ବାହାର କରିଦିଆଯାଇଥିଲା। କିନ୍ତୁ ଓଡ଼ିଶାବାସୀ ବିଜେଡିକୁ ବାହାର କରିଦେ‌ଇଛନ୍ତି। ସମୟ ବଦଳିଯାଇଛି । ମୋ ବିରୋଧରେ ସେମାନେ ଜନ ବିରୋଧୀ ଅଭିଯୋଗ ଆଣିଥିଲେ । କିନ୍ତୁ ରାଜ୍ୟବାସୀ ତାଙ୍କୁ ଜନ ବିରୋଧୀ ବୋଲି ପ୍ରମାଣିତ କରିଦେଲେ ।

ଉଲ୍ଲେଖ ଯୋଗ୍ୟ, ବିଜେଡ଼ି ସରକାରବେଳେ ପ୍ରଦୀପଙ୍କ ବିରୋଧରେ ଟାଟା କମ୍ପାନୀରେ ଚାକିରି ନାଁରେ ଠକେଇ ମାମଲାରେ ସାଙ୍ଘାତିକ ଅଭିଯୋଗ ରହିଥିଲା । ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଗତ ୨୦୨୦ ନଭେମ୍ବର ମାସରେ ବ୍ରହ୍ମପୁର ଆସିଥିଲା। ତଦନ୍ତ ପରେ ପର୍ୟ୍ୟାୟକ୍ରମେ ପ୍ରଦୀପଙ୍କ ନାମରେ ୫ଟି ଠକେଇ ମାମଲା ରୁଜୁ ହୋଇଥିଲା। ୪ଟି ମାମଲା ଗୋଳନ୍ଥରା ଥାନା ଓ ଗୋଟିଏ ବୈଦ୍ୟନାଥପୁର ଥାନାରେ ରୁଜୁ ହୋଇଥିଲା। ବ୍ରହ୍ମପୁର ଜେଏମଏଫସି ଗ୍ରାମାଞ୍ଚଳ ତାଙ୍କୁ ଆଜି ୩ଟି ମାମଲାରୁ ତାଙ୍କୁ ଦୋଷମୁକ୍ତ କରିଛନ୍ତି । ଗତକାଲି ମଧ୍ୟ କୋର୍ଟ ତାଙ୍କୁ ୨ଟି ମାମଲାରେ ଦୋଷମୁକ୍ତ କରିଥିଲେ ।

Recent News
Copyright © 2025 ODISHANEWSLIVE.COM. All rights reserved.