ଓଏନଏଲ୍(ବ୍ୟୁୁରୋ) - ଭୁବନେଶ୍ବର ଜନତା ମଇଦାନରେ ବୁଧବାରଠାରୁ ପ୍ରବାସୀ ଭାରତୀୟ ସମ୍ମିଳନୀର ଶୁଭାରମ୍ଭ ହୋଇଛି । ୩ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀ ଯୁବ ସମାବେଶରୁ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଦ୍ବୀପ ପ୍ରଜ୍ବଳନ କରି ସମ୍ମିଳନୀର ଶୁଭାରମ୍ଭ କରିଛନ୍ତି ।
ସମ୍ମିଳନୀ ଶୁଭାରମ୍ଭ ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଜୟ ଜଗନ୍ନାଥ ଅଭିଭାଷଣ ଆରମ୍ଭ କରିଛନ୍ତି । ସେ କହିଛନ୍ତି, ବିକଶିତ ଭାରତ ଅଭିମୁଖେ ଆମେ ଗତି କରୁଛେ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଆମେ ବିକଶିତ ଭାରତ ଅଭିମୁଖେ । କୋଭିଡ ସମୟରେ ଭାରତ ନିଜସ୍ବ ଟିକା ତଆରି କରିଥିଲା । ଚନ୍ଦ୍ରଯାନ-୩, ଗଗନଯାନ ମିଶନ ଗୋଟିଏ ଗୋଟିଏ ସଫଳତା । ସେହିପରି ପ୍ରବାସୀ ଭାରତୀୟ ସମ୍ମିଳନୀର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଅଜସ୍ର ସ୍ନେହ ଶ୍ରଦ୍ଧାର ସହ ଏହି ଦିନର ଅପେକ୍ଷାରେ ଥିଲୁ । ଅପେକ୍ଷାର ଅନ୍ତ ଘଟିଲା । ସମ୍ପର୍କ ଆହୁରି ସୃଦୁଢ ହେବ । ଜଗନ୍ନାଥଙ୍କ ମାଟିରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ । ପ୍ରତ୍ୟେକ ପ୍ରବାସୀ ଜଣେ ଜଣେ କଲଚୁରାଲ ଆମ୍ବାସାଡର । ଆପଣଙ୍କ ସଫଳତା ଆମକୁ ଖୁସି ଦିଏ । ଓଡିଶାର ସଂସ୍କୃତି ଐତିହ୍ୟ ସ୍ବତନ୍ତ୍ର । ଧଉଳି, ଚିଲିକା ଭଳି ପର୍ୟ୍ୟଟନ ସ୍ଥାନ ବୁଲନ୍ତୁ ଡଲମା, ରସଗୋଲା ଭଳି ଓଡିଆ ଖାଦ୍ୟର ମଜା ନିଅନ୍ତୁ । ସମ୍ମିଳନୀ ଅବସରରେ ଅନେକ ସାଂସ୍କୃତିକ କାର୍ୟ୍ୟକ୍ରମ ହେଉଛି । ସବୁ ଦେଖନ୍ତୁ ଏହା ଦ୍ବାରା ସମ୍ପର୍କ ମଜବୁତ ହେବ ଅତୁଟ ରହିବ ।
ସମ୍ମିଳନୀ ଶୁଭାରମ୍ଭ ଅବସରରେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି, ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଆମର ଲକ୍ଷ୍ୟ। ବିକଶିତ ଭାରତ ପାଇଁ ଯୁବବର୍ଗଙ୍କ ଭାଗିଦାରୀ ଜରୁରୀ । ଦେଶର ହିତ ପାଇଁ ଯୁବବର୍ଗଙ୍କୁ ଯୋଗଦାନ କରିବାକୁ ହେବ । ଦେଶରେ ଏବେ ୨୦ ନାଗରିକରୁ ୧୩ ଜଣ ଯୁବ । ୧ ଲକ୍ଷ ଯୁବନେତୃତ୍ବ ଗଠନ ପାଇଁ ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି । କୋଭିଡ ସମୟରେ ଯୁବ ବୈଜ୍ଞାନିକଙ୍କ ଅବଦାନକୁ ଭୁଲି ହେବ ନାହିଁ।