Please wait...

Trending Now
  • ଘୋଷଣା ବଦଳାଇଲେ ସ୍ବାସ୍ଥ୍ୟମନ୍ତ୍ରୀ ! ଜାନୁଆରୀ ନୁହେଁ ଫେବୃଆରୀ ମାସରେ ଲାଗୁ ହେବ ଆୟୁଷ୍ମାନ ଭାରତ
  • ବିପୁଳ ସୁନା କିଣୁଛି ରିଜର୍ଭ ବ୍ୟାଙ୍କ ! RBI ଭଣ୍ଡାରରେ ଗଚ୍ଛିତ ଥିବା ସୁନା ପରିମାଣ ୮୭୬ ଟନକୁ ବୃଦ୍ଧି
  • ଆସନ୍ତା ୩ ଦିନ ଯାଏଁ ୫ ଜିଲ୍ଲାରେ କୁହୁଡି ନେଇ ଆଲର୍ଟ ଜାରି
  • ସମସ୍ତ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ବିଜେପି ସାଂସଦ ପ୍ରଦୀପ ପାଣିଗ୍ରାହୀ, ସାମ୍ବାଦିକ ସମ୍ମିଳନୀ କରି କହିଲେ ପଣା ସଂକ୍ରାନ୍ତିରେ ଖୋଲିବେ ‘ବିଜେଡ଼ି ପାଞ୍ଜି’
  • ଜନତା ମଇଦାନରେ ପ୍ରବାସୀ ଭାରତୀୟ ସମ୍ମିଳନୀର ହେଲା ଶୁଭାରମ୍ଭ, ରାଜଧାନୀ ଉତ୍ସବମୁଖର
Wednesday, Jan 8, 2025
Published on: Monday, January 06, 2025
Odisha

ଚିଲିକାକୁ ଆସୁଥିବା ବିଦେଶାଗତ ପକ୍ଷୀଙ୍କ ପାଇଁ ତିଆରି ହେବ ବାର୍ଡ ମ୍ୟୁଜିୟମ୍ : ପ୍ରଭାତୀ ପରିଡ଼ା


ଓଏନଏଲ୍(ବ୍ୟୁୁରୋ) - ଚିଲିକାକୁ ଆସୁଥିବା ବିଦେଶାଗତ ପକ୍ଷୀଙ୍କ ପାଇଁ ତିଆରି ହେବ ପକ୍ଷୀ ସଂଗ୍ରହାଳୟ ବା ବାର୍ଡ ମ୍ୟୁଜିୟମ୍ । ଆଜି ଏ ନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସୋମବାର ପଞ୍ଚମ ଜାତୀୟ ଚିଲିକା ବିହଙ୍ଗ ଉତ୍ସବକୁ ଉଦଘାଟନ କରି ଏହି ଘୋଷଣା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ।

ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚିଲିକା, ବରକୂଳ କିମ୍ବା ନଳବଣ କେଉଁ ସ୍ଥାନରେ ବାର୍ଡ଼ ମ୍ୟୁଜିୟମ ହେବ ସେ ନେଇ ବିଭାଗ ବିଚାର କରୁଛି । ଏଥିପାଇଁ ଚିଲିକା ଡେଭଲପମେଣ୍ଟ ଅଥରିଟି ବା ସିଡିଏ ସହ ପର୍ଯ୍ୟଟନ ବିଭାଗ ମିଶି ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରୁଛନ୍ତି । ପ୍ରବାସୀ ଭାରତୀୟ ସମ୍ମିଳନୀରେ ବିଭିନ୍ନ ଦେଶରୁ ଅନେକ ଅତିଥି ଓଡ଼ିଶା ଆସୁଛନ୍ତି । ସେହି ପ୍ରବାସୀ ଭାରତୀୟଙ୍କୁ ଚିରଶୋଭାମୟୀ ଚିଲିକାର ସୌନ୍ଦର୍ଯ୍ୟ ଦେଖିବାର ସୁଯୋଗ ମିଳିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ।  

ଗତ ଜାନୁୟାରୀ ୨୦୨୪ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଅନୁଯାୟୀ ଚିଲିକାକୁ ପ୍ରାୟ ୧୮୭ ପକ୍ଷୀ ପ୍ରଜାତିର ୧୧.୩୭ ଲକ୍ଷ ପକ୍ଷୀ ଆସୁଛନ୍ତି । ଏହି ସମାହାରକୁ ବିଶ୍ଵସ୍ତରରେ ପହଞ୍ଚାଇବା ପାଇଁ ଏହି ଜାତୀୟ ସ୍ତରର ଚିଲିକା ବିହଙ୍ଗ ଉତ୍ସବର ଆୟୋଜନ ହୋଇଛି।

Recent News
Copyright © 2025 ODISHANEWSLIVE.COM. All rights reserved.