Please wait...

Trending Now
  • ଘୋଷଣା ବଦଳାଇଲେ ସ୍ବାସ୍ଥ୍ୟମନ୍ତ୍ରୀ ! ଜାନୁଆରୀ ନୁହେଁ ଫେବୃଆରୀ ମାସରେ ଲାଗୁ ହେବ ଆୟୁଷ୍ମାନ ଭାରତ
  • ବିପୁଳ ସୁନା କିଣୁଛି ରିଜର୍ଭ ବ୍ୟାଙ୍କ ! RBI ଭଣ୍ଡାରରେ ଗଚ୍ଛିତ ଥିବା ସୁନା ପରିମାଣ ୮୭୬ ଟନକୁ ବୃଦ୍ଧି
  • ଆସନ୍ତା ୩ ଦିନ ଯାଏଁ ୫ ଜିଲ୍ଲାରେ କୁହୁଡି ନେଇ ଆଲର୍ଟ ଜାରି
  • ସମସ୍ତ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ବିଜେପି ସାଂସଦ ପ୍ରଦୀପ ପାଣିଗ୍ରାହୀ, ସାମ୍ବାଦିକ ସମ୍ମିଳନୀ କରି କହିଲେ ପଣା ସଂକ୍ରାନ୍ତିରେ ଖୋଲିବେ ‘ବିଜେଡ଼ି ପାଞ୍ଜି’
  • ଜନତା ମଇଦାନରେ ପ୍ରବାସୀ ଭାରତୀୟ ସମ୍ମିଳନୀର ହେଲା ଶୁଭାରମ୍ଭ, ରାଜଧାନୀ ଉତ୍ସବମୁଖର
Thursday, Jan 9, 2025
Published on: Wednesday, January 08, 2025
National/International

ବିପୁଳ ସୁନା କିଣୁଛି ରିଜର୍ଭ ବ୍ୟାଙ୍କ ! RBI ଭଣ୍ଡାରରେ ଗଚ୍ଛିତ ଥିବା ସୁନା ପରିମାଣ ୮୭୬ ଟନକୁ ବୃଦ୍ଧି


ଓଏନଏଲ୍(ବ୍ୟୁୁରୋ) - ୨୦୨୪ ଶେଷ ସୁଦ୍ଧା ରେ ବିଶ୍ୱରେ ସୁନା କିଣିବାରେ ସର୍ବଶ୍ରେଷ୍ଠ ଦେଶ ଭାବେ ପୋଲାଣ୍ଡ ପ୍ରଥମରେ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଭାରତ । ଏନେଇ ରିପୋର୍ଟ ପ୍ରକାଶ କରିଛି ବିଶ୍ୱ ସୁନା ପରିଷଦ ।

ରିପୋର୍ଟ ମୁତାବିକ, ଭାରତୀୟ ରିଜର୍ଭ ବ୍ୟାଙ୍କ ଜାନୁୟାରୀରୁ ନଭେମ୍ବର ମଧ୍ୟରେ ୭୩ ଟନ୍ ସୁନା କିଣିଛି । ଏଥିମଧ୍ୟରୁ କେବଳ ନଭେମ୍ବର ମାସରେ କିଣାଯାଇଛି ୮ ଟନ୍ ସୁନା । ତେବେ ନଭେମ୍ବର ମାସରେ କିଣାଯାଇଥିବା ୮ ଟନ୍ ସୁନାକୁ ମିଶାଇ ବର୍ତ୍ତମାନ ଆରବିଆଇ ଭଣ୍ଡାରରେ ଗଚ୍ଛିତ ଥିବା ସୁନା ୮୭୬ ଟନକୁ ବୃଦ୍ଧି ପାଇଛି ।

ସେହିପରି ସର୍ବାଧିକ ସୁନା କିଣା ଦେଶ ଭାବେ ପୋଲାଣ୍ଡର ନ୍ୟାସନାଲ ବ୍ୟାଙ୍କ ନଭେମ୍ବର ମାସରେ କିଣିଛି ୨୧ ଟନ୍ ସୁନା । ସେହିପରି ଜାନୁୟାରୀରୁ ନଭେମ୍ବର ମଧ୍ୟରେ ପୋଲାଣ୍ଡରେ କିଣାଯାଇଛି ୯୦ ଟନ୍ ସୁନା ।


ସମଗ୍ର ବିଶ୍ୱରେ ଅର୍ଥନୈତିକ ଅନିଶ୍ଚିତତା ଲାଗି ରହିଥିବାରୁ ଗଚ୍ଛିତ ମୁଦ୍ରା ଓ ଭଣ୍ଡାରକୁ ସ୍ଥିର ଓ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଗୁଡ଼ିକ ସୁନା କିଣିବାକୁ ପ୍ରାଧାନ୍ୟ ଦେଉଛନ୍ତି ବୋଲି ଅର୍ଥନୀତି ବିଶେଷଜ୍ଞ କହିଛନ୍ତି ।

Recent News
Copyright © 2025 ODISHANEWSLIVE.COM. All rights reserved.