ଓଏନଏଲ୍(ବ୍ୟୁୁରୋ) - ରାଜ୍ୟରେ ଦରଦାମ ବୃଦ୍ଧି ପ୍ରତିବାଦରେ ସୋମବାର ବିଜେଡି ବିକ୍ଷୋଭ ପ୍ରଦର୍ଶନ କରିଛି। ଭୁବନେଶ୍ଵରରେ ହଜାର ହଜାର ବିଜେଡି କର୍ମୀ ଏକତ୍ର ହୋଇ ଦରଦାମ ବୃଦ୍ଧିକୁ ବିରୋଧ କରିବା ସହିତ ବିଜେପି ସରକାର ବିରୋଧରେ ନାରାବାଜି କରିଛନ୍ତି। ଆନ୍ଦୋଳନସ୍ଥଳରେ ନବୀନ ପଟ୍ଟନାୟକ ପହଞ୍ଚି କହିଛନ୍ତି, ମୋହନ ସରକାର, ମହଙ୍ଗା ମାଡ଼ ସରକାର। ନବୀନ କହିଥିଲେ ଯେ, ବିଜେପି ସରକାର ଆସିବା ପରେ ଦରଦାମ ବଢ଼ିବାରେ ଲାଗିଛି। ସବୁ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଆକାଶଛୁଆଁ ହୋଇଛି। ସାଧାରଣ ଲୋକଙ୍କ ବଞ୍ଚିବା କଷ୍ଟକର ହୋଇଗଲାଣି। ଡବଲ ଇଞ୍ଜିନ୍ ସରକାରର ଶାସନରେ ଓଡିଶାବାସୀ ତ୍ରାହି ତ୍ରାହି ଡାକିଲେଣି। ସରକାର ଦରଦାମ ନିୟନ୍ତ୍ରଣ କରିବା ପରିବର୍ତ୍ତେ ବିିଭିନ୍ନ ପ୍ରକାର ଭ୍ରମାତ୍ମକ ଓ ମିଥ୍ୟା ତଥ୍ୟ ଦେଇ ଲୋକଙ୍କୁ ଭଣ୍ଡାଇବାକୁ ଚେଷ୍ଟା କରୁଛନ୍ତି।
ଗୁରୁତ୍ଵପୂର୍ଣ୍ଣ ବିଷୟ ହେଉଛି ଖୋଦ ନବୀନ ଏହି ବିକ୍ଷୋଭ ସମାବେଶ ସ୍ଥଳରେ ପହଞ୍ଚିଥିବାରୁ କର୍ମୀଙ୍କୁ ମନୋବଳ ବଢ଼ିଥିବା ପରିଲକ୍ଷିତ ହୋଇଥିଲା। ସମାବେଶ ସ୍ଥଳରେ ବିଜେଡିର ବରିଷ୍ଠ ନେତା ଓ ବିଭିନ୍ନ ଜିଲାରୁ ବିଜେଡି କର୍ମୀମାନେ ଆସି ଲୋୟର ପିଏମଜିଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।