ଓଏନଏଲ୍(ବ୍ୟୁୁରୋ) - ସୋମବାର ଦିଲ୍ଲୀରୁ ଭିଡିଓ କନଫରେନ୍ସ ଜରିଆରେ ରାୟଗଡ଼ା ରେଳ ଡିଭିଜନ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହା ସହିତ ଏହି ଅବସରରେ ମୋଦୀ ଏକାଧିକ ରେଳ ପ୍ରକଳ୍ପର ମଧ୍ୟ ଉଦଘାଟନ କରିଛନ୍ତି। ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ରେଳ ପ୍ରକଳ୍ପ ଦ୍ବାରା ଦେଶର ପ୍ରଗତି ଏକ ନୂଆ ଉଚ୍ଚତାରେ ପହଞ୍ଚିବ। ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ନୂଆ ନୂଆ ରେଳ ପ୍ରକଳ୍ପ କାର୍ୟ୍ୟ ଜାରି ରହିଛି। ଏଥିପାଇଁ ୭୦ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ରାୟଗଡ଼ାରେ ରେଳମଣ୍ଡଳ ସ୍ଥାପନ ଦ୍ବାରା ଜନସାଧାରଣ ବହୁମାତ୍ରାରେ ଉପକୃତ ହେବେ। ଏହି ଭିତ୍ତିଭୂମି ଜନସାଧାରଣଙ୍କ ଲାଗି ବରଦାନ ସାବ୍ୟସ୍ତ ହେବ। ଦେଶରେ ଆଧୁନିକ ଭିତ୍ତିଭୂମି ନିର୍ମାଣରେ ମହାଯଜ୍ଞ ଚାଲିଛି ବୋଲି ଧାନମନ୍ତ୍ରୀ ମୋଦୀ କହିଛନ୍ତି।