ଓଏନଏଲ୍(ବ୍ୟୁୁରୋ) - ଶ୍ରୀମନ୍ଦିର ବାହାରେ ବିକ୍ରି ହେଉଥିବା ଖଜାକୁ ମହାପ୍ରସାଦ କହି ଭକ୍ତଙ୍କୁ ଭ୍ରମିତ କରୁବା ନେଇ ଅଭିଯୋଗ ଆସିବାପରେ ଏହାକୁ ନେଇ କଠୋର ଆଭିମୁଖ୍ୟ ପ୍ରକାଶ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ। ସେ ତାଙ୍କ ଏକ୍ସରେ ସୂଚନା ଦେଇଛନ୍ତି ଯେ, ମହାପ୍ରଭୁଙ୍କୁ ଲାଗି ପରେ ଶ୍ରୀମନ୍ଦିର ଆନନ୍ଦ ବଜାରରେ ଖଜା ମହାପ୍ରସାଦ ବିକ୍ରି ହୋଇଥାଏ। କିନ୍ତୁ ଶ୍ରୀମନ୍ଦିର ବାହାରେ ଏପରି କି ବଡ଼ଦାଣ୍ଡରେ କିଛି ବ୍ୟବସାୟୀ ମହାପ୍ରସାଦ ନାମରେ ଖଜା ବିକ୍ରି କରୁଥିବା ଦୃଷ୍ଟିଗୋଚର ହୋଇଛି, ଯାହାକି ସମ୍ପୂର୍ଣ୍ଣ ରୂପେ ଭୁଲ୍। ତେଣୁ ଏଥିରୁ ବିରତ ରହିବା ସହ ଭକ୍ତଙ୍କୁ ବିଭ୍ରାନ୍ତ ନ କରିବାକୁ ସମସ୍ତ ଖଜା ବ୍ୟବସାୟୀଙ୍କୁ ପରାମର୍ଶ ଦିଆଯାଉଅଛି। ଶ୍ରୀକ୍ଷେତ୍ରକୁ ଆସୁଥିବା ଅଗଣିତ ଭକ୍ତଙ୍କ ଭାବାବେଗକୁ ସମ୍ମାନ ଦେବା ଆମ ସମସ୍ତଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ। ଏଥିରେ ବ୍ୟତିକ୍ରମକୁ କଦାପି ବରଦାସ୍ତ କରାଯିବ ନାହିଁ।