Please wait...

Trending Now
  • ରାଜ୍ୟରେ ୨.୪ ଲକ୍ଷ କୋଟି ଟଙ୍କା ମୂଲ୍ୟର ପୁଞ୍ଜି ବିନିଯୋଗ ପ୍ରସଙ୍ଗ, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କୁ ବିଜେଡି ନେତା ଗୌତମ ବୁଦ୍ଧ ଦାସଙ୍କ ସମାଲୋଚନା
  • HMPV ଭାଇରସକୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ପ୍ରସ୍ତୁତ ଅଛି : ମୁକେଶ ମହାଲିଙ୍ଗ
  • ଆଗାମୀ ୫ଦିନ ଭିତରେ ଅଦିନିଆ ବର୍ଷାର ଶିକାର ଚାଷୀଙ୍କୁ କ୍ଷତିପୂରଣ ମିଳିବ : ସୁରେଶ ପୂଜାରୀ
  • ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଦିବଙ୍ଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ
  • ନେପାଳ ସୀମାନ୍ତରେ ଶକ୍ତିଶାଳୀ ଭୂକମ୍ପ ! ୧୨୦କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା, ବହୁ ଆହତ
Wednesday, Jan 8, 2025
Published on: Saturday, January 04, 2025
National/International

ଏଣିକି ‘ବ୍ୟକ୍ତିଗତ ଋଣ’ ନେବା ପୂର୍ବାପେକ୍ଷା ହେବ କଷ୍ଟକର ! ଜାଣନ୍ତୁ କାହିଙ୍କି


ଓଏନଏଲ୍(ବ୍ୟୁୁରୋ) - ଭାରତୀୟ ରିଜର୍ଭ ବ୍ୟାଙ୍କ ବ୍ୟକ୍ତିଗତ ଋଣ ନିୟମରେ ବଡ଼ ପରିବର୍ତ୍ତନ କରିଛି। ତେଣୁ ଯେଉଁମାନେ ନୂଆ ବର୍ଷରୁ ଏକାଧିକ ବ୍ୟକ୍ତିଗତ ଋଣ ନେବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା କଷ୍ଟକର ହେବ। ଗତବର୍ଷ ଅଗଷ୍ଟରେ ଏ ସମ୍ପର୍କରେ ନୂତନ ନିର୍ଦ୍ଦେଶନାମା ଜାରି କରାଯାଇଥିଲେ ଯାହା ବର୍ତ୍ତମାନ ଲାଗୁ କରାଯାଇଛି।

ନୂଆ ନିୟମ ଅନୁସାରେ ବ୍ୟାଙ୍କଗୁଡିକ ଋଣ ଗ୍ରହୀତାଙ୍କ ଋଣ ସୂଚନା ଅପଡେଟ୍ କରିବେ। ଏଥିରେ ଋଣ ଗ୍ରହୀତାଙ୍କ ବ୍ୟାଙ୍କ ସୂଚନା, ଋଣ ରାଶି, ସିବିଲ ସ୍କୋର ଆଦି ସମ୍ପର୍କରେ ୧୫ ଦିନ ମଧ୍ୟରେ ତଥ୍ୟ ଅପଡେଟ୍ କରିବେ। ପୂର୍ବରୁ ବ୍ୟାଙ୍କଗୁଡିକ ଋଣ ଗ୍ରହୀତାଙ୍କ ଋଣ ସୂଚନା ଅପଡେଟ୍ ପାଇଁ ୩୦ ଦିନର ମହଲତ ମିଳୁଥିଲା। ହେଲେ ଏବେ ଏହି ସମୟସୀମା ୧୫ ଦିନ କରିଦିଆଯାଇଛି। ଯାହା ଫଳରେ ଗୋଟିଏ ସମୟରେ ଅଲଗା ଅଲଗା ବ୍ୟାଙ୍କରୁ ପର୍ସନାଲ ଲୋନ ନେବା କଷ୍ଟକର ହେବ। ପ୍ରଥମେ ଋଣ ମଞ୍ଜୁରୀର ୪୦ ଦିନ ପରେ ଅନ୍ୟ ବ୍ୟାଙ୍କକୁ ଋଣୀଙ୍କ ସମ୍ପର୍କରେ ସୂଚନା ମିଳିପାରୁଥିଲା। ଏହାଫଳରେ ଅନେକ ଲୋକ ଗୋଟିଏ ବ୍ୟାଙ୍କରୁ ଋଣ ନେଇ ସହଜରେ ଅନ୍ୟ ବ୍ୟାଙ୍କରୁ ବି ପର୍ସନାଲ ଲୋନ ଉଠାଇ ନେଉଥିଲେ। ପରିବର୍ତ୍ତିତ ନିୟମରେ ଜଣେ ବ୍ୟକ୍ତିଙ୍କୁ ଥରେ ପର୍ସନାଲ ଲୋନ ମଞ୍ଜୁର ହେଲେ ଅନ୍ୟ ବ୍ୟାଙ୍କରୁ ଆଉ ପର୍ସନାଲ ଲୋନ ନେବା ଆଉ ସମ୍ଭବପର ହେବନାହିଁ।

ଆରବିଆଇ କହିଛି ଯେ, ଜଣେ ପର୍ସନାଲ ଲୋନ ନେବା ପରେ କାର ଋଣ ଓ ଗୃହ ଋଣ ବି ନେଇପାରିବେ। ହେଲେ ଋଣୀଙ୍କ ଆୟ, ବର୍ତ୍ତମାନର ଋଣ ଇଏମଆଇ ଓ ଋଣ ସୁଝିବାର କ୍ଷମତା ଉପରେ ତାହା ନିର୍ଭର କରୁଛି।

Recent News
Copyright © 2025 ODISHANEWSLIVE.COM. All rights reserved.