Please wait...

Trending Now
  • GST ଆଇନ ଅଧୀନରେ ଗିରଫଦାରୀ ସମ୍ପର୍କରେ ତଥ୍ୟ ଦାଖଲ ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ମେ ୯ରେ ପରବର୍ତ୍ତୀ ଶୁଣାଣି
  • ସମସ୍ତ ରାଜ୍ୟରେ ଯାଞ୍ଚ କରାଯିବ MDH ଓ ଏଭରେଷ୍ଟ ମସଲା
  • ଓଡ଼ିଶା ଆସିବେ କେନ୍ଦ୍ର ମନ୍ତ୍ରୀ ଏସ୍ ଜୟଶଙ୍କର ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା
  • ବିରୋଧୀ ଦଳକୁ ଶାସକ ଦଳର ବିରୋଧୀ ନୁହନ୍ତି ବରଂ ବିକାଶ ବିରୋଧୀ : କାର୍ତ୍ତିକ ପାଣ୍ଡିଆନ
  • ରୀତିନୀତି ବିନା ହିନ୍ଦୁ ବିବାହ ଅବୈଧ, ପଞ୍ଜୀକରଣ ଯଥେଷ୍ଟ ନୁହେଁ : ସୁପ୍ରିମକୋର୍ଟ
Sunday, May 5, 2024
Published on: Wednesday, April 24, 2024
National/International

କୋଟକ୍ ମହିନ୍ଦ୍ରା ବ୍ୟାଙ୍କକୁ ଝଟକା ! ନୂଆ ଗ୍ରାହକ ଯୋଡ଼ିବାକୁ ବାରଣ କଲା RBI


ଓଏନଏଲ୍(ବ୍ୟୁୁରୋ) - କୋଟକ୍ ମହିନ୍ଦ୍ରା ବ୍ୟାଙ୍କକୁ ନୂଆ କ୍ରେଡିଟ କାର୍ଡ ଜାରି କରିବାକୁ ରିଜର୍ଭ ବ୍ୟାଙ୍କ ବୁଧବାର ବାରଣ କରିଛି। ଏହାଛଡ଼ା ଅନଲାଇନ୍ ଏବଂ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଜରିଆରେ ନୂଆ ଗ୍ରାହକ ଯୋଡିବା ପାଇଁ ମଧ୍ୟ ଏହି ଘରୋଇ ବ୍ୟାଙ୍କ ଉପରେ କଟକଣା ଲାଗିଛି। ସେପଟେ କଟକଣା ଲଗାଇବା କାରଣ ବର୍ଣ୍ଣନା କରି ଆରବିଆଇ କହିଛି ଯେ ୨୦୨୨ ରୁ ୨୦୨୩ ମଧ୍ୟରେ ଏହି ବ୍ୟାଙ୍କ ପର୍ଯ୍ୟାପ୍ତ ଆଇଟି ଭିତ୍ତିଭୂମି ତିଆରି କରିନାହିଁ । ବ୍ୟାଙ୍କ ଏହି ଅଭାବ ଦୂର କରିବାରେ ଲଗାତାର ବିଫଳ ହୋଇଛି।

ବ୍ୟାଙ୍କିଙ୍ଗ୍ ରେଗୁଲେସନ୍ ଆକ୍ଟ ୧୯୪୯ର ଧାରା ୩୫-ଏ ଅନୁଯାୟୀ ଏହାର କ୍ଷମତା ବ୍ୟବହାର କରି ଆରବିଆଇ କୋଟକ୍ ମହିନ୍ଦ୍ରା ବ୍ୟାଙ୍କ ବିରୋଧରେ ଏହି ପଦକ୍ଷେପ ନେଇଛି। ତେବେ କୋଟକ୍ ବ୍ୟାଙ୍କର ପୁରୁଣା ଗ୍ରାହକମାନେ ପୂର୍ବ ଭଳି ସବୁ ସେବା ପାଇବେ।

Recent News
Copyright © 2024 ODISHANEWSLIVE.COM. All rights reserved.