ଓଏନଏଲ୍(ବ୍ୟୁୁରୋ) -ଆସନ୍ତାକାଲିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ବୈଦେଶିକ ବ୍ୟପାର ମନ୍ତ୍ରୀ ଏସ୍ ଜୟଶଙ୍କର । କଟକ, ଭୁବନେଶ୍ୱର ଓ ସମ୍ବଲପୁରରେ ଥିବା ବିଜେପି ବୁଦ୍ଧିଜୀବୀଙ୍କୁ କେନ୍ଦ୍ର ବୈଦେଶିକ ବ୍ୟପାର ମନ୍ତ୍ରୀ ଏସ୍ ଜୟଶଙ୍କର ଭେଟିବା କାର୍ଯ୍ୟକ୍ରମ ଥିବା ନେଇ ବରିଷ୍ଠ ବିଜେପି ନେତା ଗୋଲକ ମହାପାତ୍ର ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଏହି ଦୁଇ ଦିନର ଗସ୍ତ ବେଳେ ଏସ୍ ଜୟଶଙ୍କର ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ସହ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରି ଗୁରୁମନ୍ତ୍ର ଦେବେ। ଏହାସହ ଗଣମାଧ୍ୟମ ପ୍ରତିନିଧି ଓ ଖବର କାଗଜର ସମ୍ପାଦକଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
ସେହିପରି ମେ ୫ ତାରିଖରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ନଡ୍ଡା କଟକରେ କାର୍ଯ୍ୟକର୍ତ୍ତାଙ୍କ ବୈଠକରେ ଯୋଗ ହେବ। ପରେ ଭୁବନେଶ୍ୱରରେ ପହଞ୍ଚି ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ। ସୂଚନାଯୋଗ୍ୟ, ମେ ୬ ତାରିଖରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି।