Please wait...

Trending Now
  • ଘରୋଇ ପରିବହନ ସଂସ୍ଥା ଓଲା ଓ ଉବେରକୁ ଟକ୍କର ଦେବ ‘ଓଡ଼ିଶା ଯାତ୍ରୀ’ ! ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱର, ପୁରୀ ଓ କଟକରେ ସେବା ଯୋଗାଇବ ଏହି ଆପ୍
  • ‘ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭’ ପ୍ରସ୍ତୁତି ପାଇଁ ୱେବପୋର୍ଟାଲ ଉନ୍ମୋଚିତ, ଜନତାଙ୍କ ପରାମର୍ଶ ଲୋଡିଲେ ମୋହନ ସରକାର
  • ଯାତ୍ରାରେ ଦିନକୁ ଦିନ ବଢିବାରେ ଲାଗିଛି ଅଶ୍ଳୀଳ ନୃତ୍ୟ ! ଶୀଘ୍ର ନିଷ୍ପତ୍ତି ନେବାକୁ ଯାତ୍ରା ମାଲିକଙ୍କୁ ଅନୁରୋଧ କଲେ ଆଇନ ମନ୍ତ୍ରୀ
  • ନଭେମ୍ବର ୨୬ଠାରୁ ବିଧାନସଭାର ଆଗାମୀ ଶୀତକାଳୀନ ଅଧିବେଶନ
  • ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା ! ଖୁବ୍‌ ଶୀଘ୍ର ମିଳିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା
Friday, Nov 1, 2024
Published on: Wednesday, May 15, 2024
Odisha

ମାତିଛନ୍ତି ସାଇବର ଲୁଟେରା ! ଠକାମିରୁ ବଞ୍ଚିବାକୁ ବାଟ ବତାଇଲେ ଭୁବନେଶ୍ବର DCP ପ୍ରତୀକ ସିଂହ


ଓଏନଏଲ୍(ବ୍ୟୁୁରୋ) - ରାଜ୍ୟରେ ଆହୁରି ୩ଟି ପର୍ଯ୍ୟାୟ ନିର୍ବାଚନ ବାକି ଥିବାବେଳେ ସାଇବର ଅପରାଧୀମାନେ ଲୋକଙ୍କୁ ଲୁଟ ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି। ଭୋଟିଂ କାର୍ଡ ଅପଡେଟ ହୋଇନାହିଁ । ଆପଣ ଭୋଟ ଦେଇ ପାରିବେ ନାହିଁ। ଜଦି ଆପଣ ଭୋଟିଂ କାର୍ଡକୁ ଅପଡେଟ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବାକୁ କହୁଛନ୍ତି। ଅନଲାଇନରେ ଭୋଟିଂ କାର୍ଡ ଅପଡେଟ ପାଇଁ ଏକ ଫି’ ପ୍ରଦାନ କରିବାକୁ ପଡ଼ିବ କହି ଲୁଟ କରୁଛନ୍ତି। ଯଦି ଆନଲାଇନ ଅପଡେଟ କରିବାକୁ ଚାହୁଁଛନ୍ତି ତେବେ ଅଫିସିଆଲ ସାଇଟ https://voters.eci.gov.in/ ( NVSP) କୁ ଯାଇ ଅପଡେଟ କରାନ୍ତୁ ବୋଲି ଭୁବନେଶ୍ବର ଡିସିପି ପ୍ରତୀକ ସିଂହ କହିଛନ୍ତି।

ଏହାସହ ଆଉ ଏକ ତରିକା ଆପଣାଇଛନ୍ତି ସାଇବର ଲୁଟେରା। କୌଣସି ପଲିଟିକାଲ ପାର୍ଟି ଆପଣଙ୍କ ମୋବାଇଲ ନମ୍ବରରେ ମାଗଣାରେ ରିଚାର୍ଜ କରୁଛନ୍ତି। ଉକ୍ତ ଲିଙ୍କରେ କ୍ଲିକ କରି ରିଚାର୍ଜ କରିବାକୁ କହୁଛନ୍ତି। ଯଦି ଏଭଳି ଲିଙ୍କ ପାଉଛନ୍ତି ତେବେ www.sancharsaathi.gov.in ରେ ଚକ୍ଷୁ ପୋର୍ଟାଲରେ ପଞ୍ଜିକରଣ କରି ଖବର ଦେବାକୁ ଅପିଲ କରିଛନ୍ତି ଡିସିପି। ଯଦି ଆପଣମାନଙ୍କ ସାଙ୍ଗରେ ଫ୍ରଡ ହୋଇଛି ୧୯୩୦ରେ କଲ କରନ୍ତୁ। ଅଜଣା ଲିଙ୍କ ଓ କଲ ଉପରେ ଭରଷା କରନ୍ତୁ ନାହିଁ। ସଚେତନ ରୁହନ୍ତୁ ଓ ସରୁକ୍ଷିତ ରୁହନ୍ତୁ ବୋଲି ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ଏକ ଭିଡିଓ ବାର୍ତ୍ତା ଜରିଆରେ କହିଛନ୍ତି।

Recent News
Copyright © 2024 ODISHANEWSLIVE.COM. All rights reserved.