Please wait...

Trending Now
  • ଘରୋଇ ପରିବହନ ସଂସ୍ଥା ଓଲା ଓ ଉବେରକୁ ଟକ୍କର ଦେବ ‘ଓଡ଼ିଶା ଯାତ୍ରୀ’ ! ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱର, ପୁରୀ ଓ କଟକରେ ସେବା ଯୋଗାଇବ ଏହି ଆପ୍
  • ‘ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭’ ପ୍ରସ୍ତୁତି ପାଇଁ ୱେବପୋର୍ଟାଲ ଉନ୍ମୋଚିତ, ଜନତାଙ୍କ ପରାମର୍ଶ ଲୋଡିଲେ ମୋହନ ସରକାର
  • ଯାତ୍ରାରେ ଦିନକୁ ଦିନ ବଢିବାରେ ଲାଗିଛି ଅଶ୍ଳୀଳ ନୃତ୍ୟ ! ଶୀଘ୍ର ନିଷ୍ପତ୍ତି ନେବାକୁ ଯାତ୍ରା ମାଲିକଙ୍କୁ ଅନୁରୋଧ କଲେ ଆଇନ ମନ୍ତ୍ରୀ
  • ନଭେମ୍ବର ୨୬ଠାରୁ ବିଧାନସଭାର ଆଗାମୀ ଶୀତକାଳୀନ ଅଧିବେଶନ
  • ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା ! ଖୁବ୍‌ ଶୀଘ୍ର ମିଳିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା
Friday, Nov 1, 2024
Published on: Sunday, October 20, 2024
Odisha

ଆସନ୍ତା ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, ମହୋତ୍ସବକୁ ଶାନ୍ତିଶୃଙ୍ଖଳାର ସହ ଅଧିକ ଆକର୍ଷଣୀୟ କରିବା ଉପରେ ଗୁରୁତ୍ବ


ଓଏନଏଲ୍(ବ୍ୟୁୁରୋ) - ୭୭ ବର୍ଷ‌ରେ ପଦାର୍ପଣ କରିବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା।  ଆସନ୍ତା ଜାନୁୟାରୀ ୩ ତାରିଖରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତି ସମ୍ପାଦକ ସୁରେଶ୍ୱର ଶତପଥୀ ସୂଚନା ଦେଇଛନ୍ତି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମିତିର କାର୍ଯ୍ୟକାରୀ କମିଟି ପକ୍ଷରୁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପ୍ରାରମ୍ଭ‌ରେ ୨୩ବର୍ଷ ଧରି ଧନୁଯାତ୍ରା ମହୋତ୍ସବରେ କଂସ ଭୂମକାରେ ଅଭିନୟ କରିଥିବା ଅଭିନେତା ଗୋପାଳ ସାହୁଙ୍କ ଅକାଳ ବିୟୋଗ ନେଇ ନିରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ମହୋତ୍ସବକୁ ଶାନ୍ତିଶୃଙ୍ଖଳାର ସହ ଅଧିକ ଆକର୍ଷଣୀୟ କରିବା ଉପରେ ଏଥିରେ ବିଶଦ୍‌ ଭାବେ ଆଲୋଚନା କରାଯାଇଥିଲା।

ଏଥିସହ ପ୍ରସ୍ତୁତି ବୈଠକରେ ଧନୁଯାତ୍ରା ମହୋତ୍ସବ ଖର୍ଚ୍ଚରେ ଅନିୟମିତତା ଅଭିଯୋଗ ହୋଇଥିବା ବେଳେ ଧନୁଯାତ୍ରାର ଆୟବ୍ୟୟ ନେଇ ସ୍ୱତନ୍ତ୍ର ଅଡିଟ୍ କରାଯିବ ବୋଲି ଜିଲ୍ଲାପାଳ ଆଦିତ୍ୟ ଗୋୟଲ ନିର୍ଦ୍ଦେଶ ଦେଇଥିଲେ। ସୂଚନା ଅନୁସାରେ ଗତବର୍ଷ ଧନୁଯାତ୍ରାରେ ୨କୋଟି ୧ ଲକ୍ଷ ୬୮ ହଜାର ୩୪୭ ଟଙ୍କା ଖର୍ଚ୍ଚ କରାଯାଇଛି। 

Recent News
Copyright © 2024 ODISHANEWSLIVE.COM. All rights reserved.