Please wait...

Trending Now
  • ଘରୋଇ ପରିବହନ ସଂସ୍ଥା ଓଲା ଓ ଉବେରକୁ ଟକ୍କର ଦେବ ‘ଓଡ଼ିଶା ଯାତ୍ରୀ’ ! ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱର, ପୁରୀ ଓ କଟକରେ ସେବା ଯୋଗାଇବ ଏହି ଆପ୍
  • ‘ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭’ ପ୍ରସ୍ତୁତି ପାଇଁ ୱେବପୋର୍ଟାଲ ଉନ୍ମୋଚିତ, ଜନତାଙ୍କ ପରାମର୍ଶ ଲୋଡିଲେ ମୋହନ ସରକାର
  • ଯାତ୍ରାରେ ଦିନକୁ ଦିନ ବଢିବାରେ ଲାଗିଛି ଅଶ୍ଳୀଳ ନୃତ୍ୟ ! ଶୀଘ୍ର ନିଷ୍ପତ୍ତି ନେବାକୁ ଯାତ୍ରା ମାଲିକଙ୍କୁ ଅନୁରୋଧ କଲେ ଆଇନ ମନ୍ତ୍ରୀ
  • ନଭେମ୍ବର ୨୬ଠାରୁ ବିଧାନସଭାର ଆଗାମୀ ଶୀତକାଳୀନ ଅଧିବେଶନ
  • ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା ! ଖୁବ୍‌ ଶୀଘ୍ର ମିଳିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା
Friday, Nov 1, 2024
Published on: Thursday, October 31, 2024
Odisha

ନଭେମ୍ବର ୨୬ଠାରୁ ବିଧାନସଭାର ଆଗାମୀ ଶୀତକାଳୀନ ଅଧିବେଶନ


ଓଏନଏଲ୍(ବ୍ୟୁୁରୋ) - ନଭେମ୍ବର ୨୬ ତାରିଖ ଠାରୁ ଆରମ୍ଭ ହେବ। ଓଡ଼ିଶା ବିଧାନସଭାର ଆଗାମୀ ଶୀତକାଳୀନ ଅଧିବେଶନ । ଏହି ଅଧିବେଶନ ଡିସେମ୍ବର ୩୧ ଯାଏଁ ଚାଲିବ ଓ ଏହାରି ମଧ୍ୟରେ ମୋଟ୍‌ ୩୦ଟି କାର୍ଯ୍ୟ ଦିବସ ରହିବ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ, ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଗତ ସେପ୍ଟେମ୍ବର ୧୧ ତାରିଖରେ ଶେଷ ହୋଇଥିଲା। ଜୁଲାଇ ୨୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜୁଲାଇ ୩୧ ତାରିଖ ଯାଏ ଚାଲିଥିଲା। ଅଗଷ୍ଟ ୨୦ରୁ ଆରମ୍ଭ ହୋଇଥିବା ଦ୍ବିତୀୟ ପର୍ଯ୍ୟାୟରେ ସେପ୍ଟେମ୍ବର ୧୧ ତାରିଖରେ ଶେଷ ହୋଇଥିଲା। ଏହି ଅଧିବେଶନରେ ଆଉ ଦୁଇଟି କାର୍ଯ୍ୟଦିବସ ବାକି ଥିଲା। ତେବେ ଗୃହରେ କୌଣସି ଗୁରୁତ୍ବପୂର୍ଣ୍ଣ ସରକାରୀ କାର୍ଯ୍ୟ ନଥିବାରୁ ଅଧିବେଶନକୁ ଶେଷ କରିବା ପାଇଁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରସ୍ତାବ ଆଣିଥିଲେ। ତାହା ବାଚନିକ ଭୋଟ୍‌ରେ ପାରିତ ହୋଇଥିଲା।

Recent News
Copyright © 2024 ODISHANEWSLIVE.COM. All rights reserved.