Please wait...

Trending Now
  • ଘରୋଇ ପରିବହନ ସଂସ୍ଥା ଓଲା ଓ ଉବେରକୁ ଟକ୍କର ଦେବ ‘ଓଡ଼ିଶା ଯାତ୍ରୀ’ ! ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱର, ପୁରୀ ଓ କଟକରେ ସେବା ଯୋଗାଇବ ଏହି ଆପ୍
  • ‘ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭’ ପ୍ରସ୍ତୁତି ପାଇଁ ୱେବପୋର୍ଟାଲ ଉନ୍ମୋଚିତ, ଜନତାଙ୍କ ପରାମର୍ଶ ଲୋଡିଲେ ମୋହନ ସରକାର
  • ଯାତ୍ରାରେ ଦିନକୁ ଦିନ ବଢିବାରେ ଲାଗିଛି ଅଶ୍ଳୀଳ ନୃତ୍ୟ ! ଶୀଘ୍ର ନିଷ୍ପତ୍ତି ନେବାକୁ ଯାତ୍ରା ମାଲିକଙ୍କୁ ଅନୁରୋଧ କଲେ ଆଇନ ମନ୍ତ୍ରୀ
  • ନଭେମ୍ବର ୨୬ଠାରୁ ବିଧାନସଭାର ଆଗାମୀ ଶୀତକାଳୀନ ଅଧିବେଶନ
  • ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା ! ଖୁବ୍‌ ଶୀଘ୍ର ମିଳିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା
Friday, Nov 1, 2024
Published on: Thursday, October 31, 2024
Odisha

ଯାତ୍ରାରେ ଦିନକୁ ଦିନ ବଢିବାରେ ଲାଗିଛି ଅଶ୍ଳୀଳ ନୃତ୍ୟ ! ଶୀଘ୍ର ନିଷ୍ପତ୍ତି ନେବାକୁ ଯାତ୍ରା ମାଲିକଙ୍କୁ ଅନୁରୋଧ କଲେ ଆଇନ ମନ୍ତ୍ରୀ


ଓଏନଏଲ୍(ବ୍ୟୁୁରୋ) - ଆଜିକାଲି ଯାତ୍ରା ପେଣ୍ଡାଲରେ ଦିନକୁ ଦିନ ଅଶ୍ଳୀଳ ନୃତ୍ୟ ବଢିବାରେ ଲାଗିଛି । କଳାକାରମାନେ ଅଶ୍ଳୀଳ ନୃତ୍ୟର ସୀମା ଲଙ୍ଘୁଥିବା ଦେଖିବାକୁ ମିଳିଛି । ଏହାକୁ ରୋକିବା ପାଇଁ ମଧ୍ୟ ସମାଜସେବୀ ଓ ବୁଦ୍ଧିଜୀବୀ ମହଲରେ ଦାବି ଉଠିଲାଣି । ଏହା ମଧ୍ୟରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି, ଯାତ୍ରାରେ ଏଭଳି ନୃତ୍ୟ ଓଡ଼ିଆ ସଂସ୍କୃତି ବିରୋଧୀ। ତେଣୁ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇଛନ୍ତି । ଏଥିସହ ସେ କହିଛନ୍ତି, ଯାତ୍ରା ମାଲିକମାନେ ଏ ବାବଦରେ ନିଷ୍ପତ୍ତି ନିଅନ୍ତୁ କି ଯାତ୍ରାରେ ଅଶ୍ଳୀଳତା ଯେମିତି ରହିବ ନାହିଁ। ସରକାର ବି ଏ ଦିଗରେ ତର୍ଜମା କରୁଛନ୍ତି ଓ ଏନେଇ ଯାତ୍ରା ମାଲିକଙ୍କ ସହ ଆଲୋଚନା କରାଯିବ। ଏହି ପ୍ରସଙ୍ଗରେ ବିଚାର କରି ଖୁବଶୀଘ୍ର ନିଷ୍ପତ୍ତି ନେବାକୁ ମଧ୍ୟ ଯାତ୍ରା ମାଲିକମାନଙ୍କୁ ଅନୁରୋଧ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

Recent News
Copyright © 2024 ODISHANEWSLIVE.COM. All rights reserved.