Please wait...

Trending Now
  • ଘରୋଇ ପରିବହନ ସଂସ୍ଥା ଓଲା ଓ ଉବେରକୁ ଟକ୍କର ଦେବ ‘ଓଡ଼ିଶା ଯାତ୍ରୀ’ ! ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱର, ପୁରୀ ଓ କଟକରେ ସେବା ଯୋଗାଇବ ଏହି ଆପ୍
  • ‘ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭’ ପ୍ରସ୍ତୁତି ପାଇଁ ୱେବପୋର୍ଟାଲ ଉନ୍ମୋଚିତ, ଜନତାଙ୍କ ପରାମର୍ଶ ଲୋଡିଲେ ମୋହନ ସରକାର
  • ଯାତ୍ରାରେ ଦିନକୁ ଦିନ ବଢିବାରେ ଲାଗିଛି ଅଶ୍ଳୀଳ ନୃତ୍ୟ ! ଶୀଘ୍ର ନିଷ୍ପତ୍ତି ନେବାକୁ ଯାତ୍ରା ମାଲିକଙ୍କୁ ଅନୁରୋଧ କଲେ ଆଇନ ମନ୍ତ୍ରୀ
  • ନଭେମ୍ବର ୨୬ଠାରୁ ବିଧାନସଭାର ଆଗାମୀ ଶୀତକାଳୀନ ଅଧିବେଶନ
  • ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା ! ଖୁବ୍‌ ଶୀଘ୍ର ମିଳିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା
Friday, Nov 1, 2024
Published on: Sunday, October 20, 2024
Odisha

ଓଡ଼ିଶା ବିଜେପିର ସାଙ୍ଗଠନିକ ନିର୍ବାଚନ ଲାଗି ପ୍ରସ୍ତୁତି ଆରମ୍ଭ, ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ରାଜ୍ୟ ନିର୍ବାଚନ ଅଧିକାରୀ ନିଯୁକ୍ତ


ଓଏନଏଲ୍(ବ୍ୟୁୁରୋ) - ସାଧାରଣ ନିର୍ବାଚନର ପ୍ରାୟ ୪ ମାସ ପରେ ରାଜ୍ୟ ବିଜେପିର ସାଙ୍ଗଠନିକ ନିର୍ବାଚନ ଲାଗି ପ୍ରସ୍ତୁତି ଆରମ୍ଭହୋଇଯାଇଛି। ଏହିକ୍ରମରେ ବାଲେଶ୍ୱର ସାଂସଦ ତଥା ଦଳର ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀଙ୍କୁ ରାଜ୍ୟର ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରାଯାଇଥିବା ବେଳେ ସହ-ନିର୍ବାଚନ ଅଧିକାରୀ ଭାବେ ୩ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି। ସେମାନେ ହେଲେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ଉପ ସଭାପତି ସୁକେଶି ଓରାମ ଏବଂ ସାଧାରଣ ସମ୍ପାଦକ ଯତୀନ ମହାନ୍ତି।

ସୂଚନା ଅନୁସାରେ, ଚଳିତ ମାସରେ ସଦସ୍ୟତା ଅଭିଯାନ ଶେଷ ହେବା ପରେ ସାଙ୍ଗଠନିକ ନିର୍ବାଚନ ଆରମ୍ଭ ହେବ । ବୁଥ ସଭାପତିଠୁ ଆରମ୍ଭ କରି ଜିଲ୍ଲା ସଭାପତି, ରାଜ୍ୟ ସଭାପତି ଏବଂ ରାଷ୍ଟ୍ରୀୟ ସଭାପତି ପଦରେ ନିର୍ବାଚନ ହେବ । ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ  ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରେ ଜେପି ନଡ୍ଡା ରହିଥିବା ବେଳେ ରାଜ୍ୟ ବିଜେପି ସଭାପତି ପଦରେ ମନମୋହନ ସାମଲ ରହିଛନ୍ତି ।

Recent News
Copyright © 2024 ODISHANEWSLIVE.COM. All rights reserved.