ଓଏନଏଲ୍(ବ୍ୟୁୁରୋ) -କର୍ଣ୍ଣାଟକରେ ଜେଡି (ଏସ୍) ଲୋକସଭା ପ୍ରାର୍ଥୀ ପ୍ରଜ୍ୱଳ ରେଭାନ୍ନାଙ୍କ ଅଶ୍ଳୀଳ ଭିଡ଼ିଓ ମାମଲାର ଯାଞ୍ଚ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସଆଇଟି) ଗୁରୁବାର ତାଙ୍କ ବିରୋଧରେ ଲୁକ୍ଆଉଟ୍ ନୋଟିସ୍ ଜାରି କରିଛି। ସମନ ସତ୍ତ୍ବେ ହାଜର ନ ହେବାରୁ ପ୍ରଜ୍ୱଳଙ୍କ ବିରୋଧରେ ଏହି ନୋଟିସ୍ ଜାରି କରିଛି ଏସ୍ଆଇଟି । ଇତି ମଧ୍ୟରେ ରାଜ୍ୟ ଗୃହମନ୍ତ୍ରୀ ଜି ପରମେଶ୍ୱର କହିଛନ୍ତିି ଯେ, ଯଦି ପ୍ରଜ୍ବଳ ଓ ତାଙ୍କ ବାପା ଏଚଡି ରେଭାନ୍ନା ଏସଆଇଟିରେ ହାଜର ନ ହୁଅନ୍ତି, ତେବେ ସେମାନଙ୍କୁ ଗିରଫ କରାଯିବ।
ଯଦି ପୀଡ଼ିତା ମହିଳା ଓ ସେମାନଙ୍କ ପରିବାର ଏହି ମାମଲାରେ ନିଜ ବୟାନ ରେକର୍ଡ କରିବାକୁ ଆସନ୍ତି, ତେବେ ଏସ୍ଆଇଟି ସେମାନଙ୍କୁ ସୁରକ୍ଷା ଯୋଗାଇବ ବୋଲି ଗୃହମନ୍ତ୍ରୀ ପରମେଶ୍ୱର କହିଛନ୍ତି । ଏସ୍ଆଇଟି କୌଣସି ପୀଡ଼ିତାଙ୍କ ଉପରେ ଚାପ ପକାଇବ ନାହିଁ, ଯଦି ସେମାନେ ସ୍ବତଃ ଆଗକୁ ଆସନ୍ତି, ତେବେ ସେମାନଙ୍କ ବୟାନ ରେକର୍ଡ କରାଯିବ । ଦୁଇ ମହିଳା ପ୍ରଜ୍ବଳଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ବୋଲି ସେ କହିଛନ୍ତିି ।
ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କ ନାତି ପ୍ରଜ୍ବଳ ରେଭାନ୍ନା ଅନେକ ମହିଳା ଓ ଯୁବତୀଙ୍କୁ ଯୌନ ନିର୍ଯାତନା ଦେଇ ତାହା ରେକର୍ଡିଂ କରିଥିବା ଅଭିଯୋଗ ହୋଇଛି। ଅଶ୍ଳୀଳ ଭିଡ଼ିଓ ସାମ୍ନାକୁ ଆସିବା ପରେ ପ୍ରଜ୍ଜ୍ବଳ ରେଭାନ୍ନା ଏପ୍ରିଲ ୨୬ରେ ଜର୍ମାନୀର ଫ୍ରାଙ୍କଫର୍ଟକୁ ପଳାଇଥିଲେ। ଏହି ମାମଲାର ଅନୁସନ୍ଧାନ କରୁଥିବା ଏସ୍ଆଇଟି ନିକଟରେ ହାଜର ହେବା ପାଇଁ ପ୍ରଜ୍ବଳ ୭ ଦିନ ସମୟ ମାଗିଥିଲେ। କିନ୍ତୁ ଏସ୍ଆଇ_SAVE_
ଟି ତାଙ୍କ ଅନୁରୋଧ ପ୍ରତ୍ୟାଖ୍ୟାନ କରି ପ୍ରଜ୍ବଳ ଏବଂ ତାଙ୍କ ପିତା ଏଚଡି ରେଭାନ୍ନାଙ୍କୁ ହାଜର ହେବା ପାଇଁ ନୋଟିସ ଜାରି କରିଥିଲା ।