Please wait...

Trending Now
  • ସ୍ବତନ୍ତ୍ର ଅଦାଲତ ମନି ଲଣ୍ଡରିଂ ଅଭିଯୋଗର ସଜ୍ଞାନ ନେବା ପରେ ଅଭିଯୁକ୍ତଙ୍କୁ ଗିରଫ କରିପାରିବ ନାହିଁ ED : ସୁପ୍ରିମକୋର୍ଟ
  • କେଜ୍ରିୱାଲଙ୍କ ବାସଭବନରେ ମାରପିଟ୍ ଘଟଣା, ସ୍ବାତି ମାଲିୱାଲଙ୍କ ବୟାନ ରେକର୍ଡ କଲା ଦିଲ୍ଲୀ ପୋଲିସ
  • ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଗଞ୍ଜାମ ଜିଲ୍ଲାରେ ମୁତୟନ ହେବେ ୨୦ କମ୍ପାନୀ ସିଏପିଏଫ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
  • BJPକୁ ବାଏ କହି BJDକୁ ବାହୁଡିଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ
  • ରାଜଧାନୀରେ BJD ସୁପ୍ରିମୋଙ୍କ ମେଗା ରୋଡ୍ ଶୋ’, କାର୍ତ୍ତିକ ପାଣ୍ଡିଆନ ମଧ୍ୟ ସାମିଲ
Saturday, May 18, 2024
Published on: Friday, May 03, 2024
National/International

GST ଆଇନ ଅଧୀନରେ ଗିରଫଦାରୀ ସମ୍ପର୍କରେ ତଥ୍ୟ ଦାଖଲ ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ମେ ୯ରେ ପରବର୍ତ୍ତୀ ଶୁଣାଣି


ଓଏନଏଲ୍(ବ୍ୟୁୁରୋ) - ଦ୍ରବ୍ୟ ଏବଂ ସେବା କର (ଜିଏସଟି) ପ୍ରାବଧାନ ଅଧୀନରେ ଜାରି କରାଯାଉଥିବା ନୋଟିସ୍ ଓ ଗିରଫଦାରୀ ସମ୍ପର୍କରେ ତଥ୍ୟ ଦାଖଲ ପାଇଁ ସୁପ୍ରିମକୋର୍ଟ କେନ୍ଦ୍ରକୁ କହିଛନ୍ତିି। ଏହା ସହିତ କୋର୍ଟ କହିଛନ୍ତି ଯେ ଅଦାଲତ ଏହି ଆଇନର ବ୍ୟାଖ୍ୟା କରିପାରନ୍ତି। ନାଗରିକମାନଙ୍କୁ ସ୍ୱାଧୀନତାରୁ ବଞ୍ଚିତ କରୁଥିବା କୌଣସି ପ୍ରକାର ଉତ୍ପୀଡନରୁ ସୁରକ୍ଷା ଦେବା ପାଇଁ ଉପଯୁକ୍ତ ନିର୍ଦ୍ଦେଶ ଦେବା ନେଇ ମଧ୍ୟ ସଙ୍କେତ ଦେଇଛନ୍ତି କୋର୍ଟ ।

ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ଏମ୍ ସୁନ୍ଦରେଶ ଏବଂ ଜଷ୍ଟିସ ବେଲା ଏମ୍ ତ୍ରିବେଦୀଙ୍କ ଏକ ସ୍ୱତନ୍ତ୍ର ଖଣ୍ଡପୀଠ ଜିଏସଟି ଆଇନ, ସୀମା ଶୁଳ୍କ ଆଇନ ଏବଂ ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲ୍ଏ) ର ବିଭିନ୍ନ ନିୟମକୁ ଚ୍ୟାଲେଞ୍ଜ କରି ଏହି ଖଣ୍ଡପୀଠ ୨୮୧ଟି ଆବେଦନର ଶୁଣାଣି କରୁଛନ୍ତି। ଖଣ୍ଡପୀଠ କହିଛନ୍ତି, ଆବଶ୍ୟକ ସ୍ଥଳେ କୋର୍ଟ ସ୍ୱାଧୀନତାକୁ ‘ମଜବୁତ’ କରିବା ପାଇଁ ଜିଏସଟି ଆଇନର ବ୍ୟାଖ୍ୟା କରିପାରେ, କିନ୍ତୁ ନାଗରିକମାନଙ୍କୁ ହଇରାଣ ହେବାକୁ ଦେବୁ ନାହିଁ। ଜିଏସଟିର ଧାରା ୬୯ ସମ୍ପର୍କରେ ଅସ୍ପଷ୍ଟତା ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏହି ଧାରା ଗିରଫ କରିବା କ୍ଷମତା ସହ ଜଡ଼ିତ।


ଗତ ତିନି ବର୍ଷ ମଧ୍ୟରେ ଜିଏସଟି ଆଇନ ଅନୁଯାୟୀ ୧ କୋଟିରୁ ୫ କୋଟି ଟଙ୍କା ପର୍ଯ୍ୟନ୍ତ ଟିକସ ଫାଙ୍କି ଅଭିଯୋଗରେ ଦିଆଯାଇଥିବା ନୋଟିସ୍ ଓ ଗିରଫଦାରୀ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବାକୁ କେନ୍ଦ୍ର ତରଫରୁ ହାଜର ଅତିରିକ୍ତ ସଲିସିଟର ଜେନେରାଲ୍ ଏସ.ଭି ରାଜୁଙ୍କୁ କହିଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଥିଲେ ବୋଧହୁଏ ଲୋକଙ୍କୁ ହଇରାଣ କରାଯାଉଛି । ଆମେ ଏହାକୁ ଅନୁମତି ଦେବୁ ନାହିଁ । ଯଦି ଆମେ ଅନୁଭବ କରୁ ଯେ (ଜିଏସଟି) ବ୍ୟବସ୍ଥାରେ କୌଣସି ଅସ୍ପଷ୍ଟତା ଅଛି, ତେବେ ଆମେ ଏହାକୁ ସଂଶୋଧନ କରିବୁ । ଦ୍ୱିତୀୟରେ, ସମସ୍ତ ମାମଲାରେ ଲୋକଙ୍କୁ ଜେଲ ପଠାଯାଇପାରିବ ନାହିଁ। ”

କିଛି ଆବେଦନକାରୀଙ୍କ ତରଫରୁ ହାଜର ହୋଇ ବରିଷ୍ଠ ଓକିଲ ସିଦ୍ଧାର୍ଥ ଲୁଥ୍ରା ଅଭିଯୋଗ କରିଥିଲେ ଯେ ଜିଏସଟି ବ୍ୟବସ୍ଥା ଅଧୀନରେ ଅଧିକାରୀଙ୍କ ଦ୍ବାରା କ୍ଷମତାର ଅପବ୍ୟବହାର କରାଯାଉଛି ଏବଂ ଏହା ଲୋକଙ୍କ ସ୍ୱାଧୀନତାକୁ ପ୍ରଭାବିତ କରୁଛି। ଏହା ପରେ ଖଣ୍ଡପୀଠ ଏ ସମ୍ପର୍କରେ ତଥ୍ୟ ଦାଖଲ କରିବାକୁ କେନ୍ଦ୍ରକୁ କହିଥିଲେ।

ଶୁଣାଣି ସମୟରେ ଲୁଥ୍ରା ଦାବି କରିଥିଲେ ଯେ ବେଳେବେଳେ ଗିରଫ କରାଯାଇନଥାଏ, କିନ୍ତୁ ନୋଟିସ୍ ଜାରି କରି ଗିରଫ ଧମକ ଦେଇ ଲୋକମାନଙ୍କୁ ହଇରାଣ କରାଯାଉଛି।

ରାଜୁ କହିଛନ୍ତି ଯେ କେନ୍ଦ୍ରୀୟ ଜିଏସଟି ଆଇନ ଅନୁଯାୟୀ ଜାରି କରାଯାଇଥିବା ନୋଟିସ୍ ତଥା ଗିରଫଦାରୀ ସମ୍ପର୍କରେ ସେ ତଥ୍ୟ ସଂଗ୍ରହ କରିବେ, କିନ୍ତୁ ରାଜ୍ୟ ସହ ଜଡ଼ିତ ଏଭଳି ତଥ୍ୟ ସଂଗ୍ରହ କରିବା କଷ୍ଟକର।

ହେଲେ ଆମେ ସମସ୍ତ ତଥ୍ୟ ଚାହୁଁଛୁ ବୋଲି କୋର୍ଟ କହିଥିଲେ । ଜିଏସଟି କାଉନସିଲ ପାଖରେ ସବୁ ତଥ୍ୟ ଉପଲବ୍ଧ ଥିବ। ଯଦି ତଥ୍ୟ ଉପଲବ୍ଧ ଅଛି, ଆମେ ଚାହୁଁଛୁ ଏହାକୁ ଆମ ସାମ୍ନାରେ ରଖାଯାଉ ବୋଲି କହିଛନ୍ତିି କୋର୍ଟ। ମାମଲାର ପରବର୍ତ୍ତୀ ଶୁଣାଣି ମେ ୯ରେ ହେବ।

Recent News
Copyright © 2024 ODISHANEWSLIVE.COM. All rights reserved.