ଓଏନଏଲ୍(ବ୍ୟୁୁରୋ) - ଏମଡ଼ିଏଚ ଓ ଏଭରେଷ୍ଟ ମସଲାକୁ ନେଇ ବିବାଦ ଦେଖା ଦେବା ପରେ କେନ୍ଦ୍ର ସରକାର ନେଲେ ବଡ଼ ନିଷ୍ପତ୍ତି । ମାନେ, ସମସ୍ତ ରାଜ୍ୟରେ ଯାଞ୍ଚ କରାଯିବ ଏମଡ଼ିଏଚ ଓ ଏଭରେଷ୍ଟ ମସଲା । ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଲଗାତାର କିଛି ଦିନ ହେବ ଏମଡ଼ିଏଚ ଓ ଏଭରେଷ୍ଟ ମସଲାକୁ ବିବାଦ ଲାଗି ରହିଥିଲା । ଯାହାଫଳରେ ଉଭୟ ମସଲା ବୋର୍ଡ ଏବଂ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ ଏହି ମଶାଳାର ନମୁନା ସଂଗ୍ରହ କରିଥିଲେ । ଏହାପରେ ମଧ୍ୟ ମସଲା ଗୁଣ ବିଷୟରେ କୌଣସି ନିର୍ଦ୍ଦିଷ୍ଟ ବିବୃତ୍ତି ସୂଚନା ପାଇନାହିଁ ।
ସେପଟେ ଏମ୍ଡିଏଚ୍ ଏବଂ ଏଭରେଷ୍ଟ ମସଲା କମ୍ପାନୀଗୁଡିକ ଉପରେ ଚାଲିଥିବା ବିବାଦ ପାଇଁ ଭାରତର ଅଧାରୁ ଅଧିକ ମସଲା ପରିବହନ ଉପରେ ବିପଦ ସୃଷ୍ଟି କରିବାର ସମ୍ଭାବନା ରହିଛି । ତେଣୁ କରି ଏହି ମସଲା ଉପରେ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ସେଥିପାଇଁ ସମସ୍ତ ରାଜ୍ୟ ସରକାରଙ୍କୁ ମସଲା ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ସବୁ ରାଜ୍ୟରେ ମସଲା ପରୀକ୍ଷା କରାଯିବ ।