Please wait...

Trending Now
  • ସ୍ବତନ୍ତ୍ର ଅଦାଲତ ମନି ଲଣ୍ଡରିଂ ଅଭିଯୋଗର ସଜ୍ଞାନ ନେବା ପରେ ଅଭିଯୁକ୍ତଙ୍କୁ ଗିରଫ କରିପାରିବ ନାହିଁ ED : ସୁପ୍ରିମକୋର୍ଟ
  • କେଜ୍ରିୱାଲଙ୍କ ବାସଭବନରେ ମାରପିଟ୍ ଘଟଣା, ସ୍ବାତି ମାଲିୱାଲଙ୍କ ବୟାନ ରେକର୍ଡ କଲା ଦିଲ୍ଲୀ ପୋଲିସ
  • ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଗଞ୍ଜାମ ଜିଲ୍ଲାରେ ମୁତୟନ ହେବେ ୨୦ କମ୍ପାନୀ ସିଏପିଏଫ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
  • BJPକୁ ବାଏ କହି BJDକୁ ବାହୁଡିଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ
  • ରାଜଧାନୀରେ BJD ସୁପ୍ରିମୋଙ୍କ ମେଗା ରୋଡ୍ ଶୋ’, କାର୍ତ୍ତିକ ପାଣ୍ଡିଆନ ମଧ୍ୟ ସାମିଲ
Saturday, May 18, 2024
Published on: Friday, May 03, 2024
National/International

ରୀତିନୀତି ବିନା ହିନ୍ଦୁ ବିବାହ ଅବୈଧ, ପଞ୍ଜୀକରଣ ଯଥେଷ୍ଟ ନୁହେଁ : ସୁପ୍ରିମକୋର୍ଟ


ଓଏନଏଲ୍(ବ୍ୟୁୁରୋ) - ହିନ୍ଦୁ ବିବାହ ଏକ ସଂସ୍କାର, ଧାର୍ମିକ ଉତ୍ସବ ମଧ୍ୟ। ଏହା ନାଚିବା-ଗାଇବା କିମ୍ବା ଖାଇବା-ପିଇବାର କାର୍ଯ୍ୟକ୍ରମ ନୁହେଁ। ଏହା କୌଣସି ବ୍ୟାବସାୟିକ କାରବାର ମଧ୍ୟ ନୁହେଁ। ବିବାହ ହିନ୍ଦୁ ଆଇନ ଅନୁଯାୟୀ ହେବା ଉଚିତ। ଏଥିରେ ଥିବା ନିୟମ ରୀତିନୀତିକୁ କଡ଼ାକଡ଼ି ଭାବେ ପାଳନ କରାଯିବା ଉଚିତ। ରୀତିନୀତି ଏବଂ ପରମ୍ପରା ପାଳନ ନ କଲେ ପଞ୍ଜିକରଣ ହୋଇଥିଲେ ବି ବିବାହକୁ ବୈଧ କୁହାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ, ୨ ଜଣ ବ୍ୟାବସାୟିକ ପାଇଲଟ୍‌ଙ୍କ ଛାଡ଼ପତ୍ର ମାମଲାର ଶୁଣାଣି କରି ଜଷ୍ଟିସ ବିଭି ନାଗରତ୍ନା ଏବଂ ଅଗଷ୍ଟିନ ଜର୍ଜ ମସିହଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ଉଭୟ ପାଇଲଟଙ୍କ ବିବାହ ହିନ୍ଦୁ ରୀତିନୀତି ଅନୁଯାୟୀ ହୋଇ ନ ଥିଲା। ଭାରତୀୟ ସମାଜରେ ରୀତିନୀତି ଏବଂ ପରମ୍ପରା ଅନୁଯାୟୀ ବିବାହକୁ ଗୁରୁତ୍ବପୂର୍ଣ୍ଣ ମାନ୍ୟତା ଦିଆଯିବା ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Recent News
Copyright © 2024 ODISHANEWSLIVE.COM. All rights reserved.