ଓଏନଏଲ୍(ବ୍ୟୁୁରୋ) - ନିର୍ବାଚନ ସମୟରେ ଚାରିଆଡେ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ବ୍ୟାପକ ମାତ୍ରାରେ ନଗଦ ଅର୍ଥ କାରବାର ହୋଇଥାଏ। କିନ୍ତୁ ବର୍ତ୍ତମାନ ଅଧିକାଂଶ ପେମେଣ୍ଟ କାରବାର ଅନ୍ଲାଇନ୍ ଜରିଆରେ କରାଯାଉଥିବାରୁ ନିର୍ବାଚନରେ ମଧ୍ୟ ରାଜନୈତିକ ଦଳଗୁଡିକ ଦ୍ବାରା ଏହି ମାଧ୍ୟମରେ ଅର୍ଥ କାରବାର ହେବା ନେଇ ନିର୍ବାଚନ ଆୟୋଗ ଆଶଙ୍କାବ୍ୟକ୍ତ କରିଛନ୍ତି। ଏଥିପାଇଁ ବର୍ତ୍ତମାନ ନିର୍ବାଚନ ଆୟୋଗ ଅନ୍ଲାଇନ୍ ଜରିଆରେ ହେଉଥିବା ପେମେଣ୍ଟ ଉପରେ କଡ଼ା ନଜର ରଖିଛନ୍ତି। ଏହି କ୍ରମରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଚଳିତମାସ ୧୫ରେ ପେମେଣ୍ଟ ସିଷ୍ଟମ୍ ଅପରେଟର(ପିଓଏସ୍)ମାନଙ୍କୁ ଚିଠି ଲେଖି ନିର୍ବାଚନ ଉଚ୍ଚ ମୂଲ୍ୟର ଅନ୍ ଲାଇନ୍ ପେମେଣ୍ଟ କାରବାର ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛି। ଏହାଦ୍ବାରା ଟଙ୍କା ବଳରେ ଭୋଟ୍ କିଣାକୁ ରୋକାଯାଇପାରିବ।
ସୂଚନାଯୋଗ୍ୟ ଯେ ପିଓଏସ୍ରେ ଭିସା, ମାଷ୍ଟରକାର୍ଡ ଏବଂ ରୁପେ ଭଳି ନେଟୱାର୍କ ଅନ୍ତର୍ଭୁକ୍ତ। ଏହାସହିତ, ରୋଜରପାଇ, କ୍ୟାସଫ୍ରି, ସିସିଏଭେନ୍ୟୁ ଏବଂ ମିସୱାଇପ୍ ପରି ଟେନ୍ଟେକ୍ କମ୍ପାନୀଗୁଡିକ ହେଉଛନ୍ତି ନିୟନ୍ତ୍ରିତ ପେମେଣ୍ଟ ଏଗ୍ରିଗେଟର୍ । ଏଡାଛଡା ପେଟିଏମ୍, ଫୋନ୍ ପେ’, ଭାରତ ପେ’ ଏବଂ ମୋବିକ୍ବିକ୍ ଭଳି କମ୍ପାନୀଗୁଡିକ ହେଉଛନ୍ତି ମୋବାଇଲ୍ ୱାଲେଟ୍ ଲାଇସେନ୍ସଧାରୀ। ପେମେଣ୍ଟ କମ୍ପାନୀଗୁଡ଼ିକ ଦ୍ବାରା ହେଉଥିବା ସନ୍ଦେହଜନକ କାରବାର ଉପରେ ନଜର ରଖିବାକୁ ଏବଂ ସଂପୃକ୍ତ ଅଧିକାରୀଙ୍କ ନିକଟରେ ଏ ସମ୍ପର୍କରେ ରିପୋର୍ଟ କରିବାକୁ କେନ୍ଦ୍ରୀୟ ବ୍ୟାଙ୍କ ଅପରେଟରମାନଙ୍କୁ କହିଛି।