ଭୁବନେଶ୍ବର(ବ୍ୟୁରୋ) - ଓଡ଼ିଶା ଯୁଗ୍ମ ପ୍ରବେଶିକା(ଓଜେଇଇ) ପରୀକ୍ଷା ପାଇଁ ସମୟ ସୂଚୀ ପ୍ରକାଶ ପାଇଛି। ଆସନ୍ତା ମେ’ ୬ ତାରିଖରୁ ମେ’ ୧୦ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ । ସିବିଟି ମାଧ୍ୟମରେ ଦୈନିକ ୩ଟି ସିଫ୍ଟରେ ପରୀକ୍ଷା ହେବ ଏବଂ ପରୀକ୍ଷା ଅବଧି ଦୁଇଘଣ୍ଟାର ରହିବ। ପରୀକ୍ଷାର ସମୟସୀମା ଦୁଇଘଣ୍ଟା । ଦିନକୁ ୩ଟି ସିଫ୍ଟରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ । ସକାଳ ୮.୩୦ ରୁ ୧୦.୩୦ ପ୍ରଥମ ସିଫ୍ଟ, ଦିନ ୧୨ଟା ୩୦ରୁ ୨ଟା ୩୦ ଦ୍ୱିତୀୟ ସିଫ୍ଟ, ସାଢ଼େ ୪ରୁ ସାଢ଼େ ୬ ତୃତୀୟ ସିଫ୍ଟରେ ପରୀକ୍ଷା ହେବ ବୋଲି ସୂଚନା ମିଳିଛି ।