Please wait...

Trending Now
  • GST ଆଇନ ଅଧୀନରେ ଗିରଫଦାରୀ ସମ୍ପର୍କରେ ତଥ୍ୟ ଦାଖଲ ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ମେ ୯ରେ ପରବର୍ତ୍ତୀ ଶୁଣାଣି
  • ସମସ୍ତ ରାଜ୍ୟରେ ଯାଞ୍ଚ କରାଯିବ MDH ଓ ଏଭରେଷ୍ଟ ମସଲା
  • ଓଡ଼ିଶା ଆସିବେ କେନ୍ଦ୍ର ମନ୍ତ୍ରୀ ଏସ୍ ଜୟଶଙ୍କର ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା
  • ବିରୋଧୀ ଦଳକୁ ଶାସକ ଦଳର ବିରୋଧୀ ନୁହନ୍ତି ବରଂ ବିକାଶ ବିରୋଧୀ : କାର୍ତ୍ତିକ ପାଣ୍ଡିଆନ
  • ରୀତିନୀତି ବିନା ହିନ୍ଦୁ ବିବାହ ଅବୈଧ, ପଞ୍ଜୀକରଣ ଯଥେଷ୍ଟ ନୁହେଁ : ସୁପ୍ରିମକୋର୍ଟ
Sunday, May 5, 2024
Published on: Tuesday, April 23, 2024
Odisha

୪ ଦିନ ଯାଏଁ ତାତିରୁ ନିସ୍ତାର ନାହିଁ ! ୨୬ ଓ ୨୭ରେ ସିଭିୟର୍ ହିଟୱେଭ୍ ଆଶଙ୍କା, ଏକାଧିକ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ


ଭୁବନେଶ୍ବର(ବ୍ୟୁରୋ) - ରାଜ୍ୟରେ ଗ୍ରୀଷ୍ମପ୍ରବାହ ସହ ପ୍ରବଳ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିସାରିଲାଣି । ସେପଟେ ଆହୁରି ୪ ଦିନ ଯାଏଁ ଗ୍ରୀଷ୍ମପ୍ରବାହ ଜାରି ରହିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୪ ଓ ୨୫ ତାରିଖରେ ଉତ୍ତର ଓ ଉପକୂଳରେ ଗ୍ରୀଷ୍ମପ୍ରବାହ ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ  ୨୬ ଓ ୨୭ରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ସ୍ଥିତି ଗମ୍ଭୀର ହେବ।  ୨୬ରେ ସିଭିୟର୍ ହିଟୱେଭ୍ ନେଇ ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ କରାଯାଇଥିବା ବେଳେ ୨୭ରେ ସିଭିୟର୍ ହିଟୱେଭ୍ ନେଇ ୧୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ୨୬ ରେ ସିଭିୟର୍ ହିଟୱେଭ୍ ନେଇ ଅରେଞ୍ଜ ୱାର୍ଣ୍ଣିଂ କରାଯାଇଥିବା ୧୧ ଜିଲ୍ଲାଗୁଡିକ ହେଲା- ସୁନ୍ଦରଗଡ଼, ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଢେଙ୍କାନାଳ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଖୋର୍ଦ୍ଧା । ଏହି ସମୟରେ ଦିନ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଆଗାମୀ ୨୪ ଓ ୨୫ ତାରିଖରେ କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନ ମଧ୍ୟ ରହିଛି। ସେହିପରି ୨୭ରେ ସିଭିୟର୍ ହିଟ୍ ୱେଭ୍ ନେଇ ଅରେଞ୍ଜ ୱାର୍ଣ୍ଣିଂ କରାଯାଇଥିବା ୧୯ ଜିଲ୍ଲାଗୁଡିକ ହେଲା-ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ସୋନପୁର, ବରଗଡ଼, ସମ୍ବଲପୁର, ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ଼,ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବାଲେଶ୍ବର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଓ ଖୋର୍ଦ୍ଧା ।

Recent News
Copyright © 2024 ODISHANEWSLIVE.COM. All rights reserved.