Please wait...

Trending Now
  • ୧୮ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆ ଆକାଉଣ୍ଟ କଟକଣା ! ଲୋଡ଼ା ପଡ଼ିବ ଅଭିଭାବକଙ୍କ ଅନୁମତି !
  • ଶ୍ରୀମନ୍ଦିର ବାହାରେ ବିକ୍ରି ହେଉଥିବା ଖଜା; 'ମହାପ୍ରସାଦ' ନୁହେଁ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
  • ମାର୍ଚ୍ଚ ୩୦ରେ ଆବେଦନ କଲେ ବି ଏକା ଥରେ ମିଳିବ ‘ସୁଭଦ୍ରା’ର ଦୁଇଟି କିସ୍ତି ପ୍ରଭାତୀ ପରିଡ଼ା
  • ଚୂଡାନ୍ତ ପର୍ଯ୍ୟାୟରେ ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମ, ନିବେଶକଙ୍କ ପାଖରେ ଓଡିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
  • ଏଣିକି ‘ବ୍ୟକ୍ତିଗତ ଋଣ’ ନେବା ପୂର୍ବାପେକ୍ଷା ହେବ କଷ୍ଟକର ! ଜାଣନ୍ତୁ କାହିଙ୍କି
Monday, Jan 6, 2025
Published on: Thursday, January 02, 2025
Odisha

ରୋଗୀଙ୍କୁ ଆଉ ପ୍ରେସ୍କ୍ରିପସନ ଧରି ବୁଲିବାକୁ ପଡ଼ିବ ନାହିଁ, ମିଳିବ ‘ଆଭା’ କାର୍ଡ : ମୁକେଶ ମହାଲିଙ୍ଗ


ଓଏନଏଲ୍(ବ୍ୟୁୁରୋ) - ରାଜ୍ୟ ସରକାର ଖୁବ ଶୀଘ୍ର ଲାଗୁ କରିବାକୁ ଯାଉଛନ୍ତି ନ୍ୟାସନାଲ ଡିଜିଟାଲ ହେଲଥ ମିଶନ । ଏହା ଦ୍ୱାରା ଲୋକଙ୍କୁ ଆୟୁଷ୍ମାନ ଭାରତ ହେଲଥ ଆକାଉଣ୍ଟ ବା ‘ଆଭା’ କାର୍ଡ ମିଳିବ । ଯେଉଁଥିରେ ଜଣେ ରୋଗୀର ସମସ୍ତ ଡାଟା ରହିବ । ଫଳରେ ରୋଗୀଙ୍କୁ ଆଉ ପ୍ରେସ୍କ୍ରିପସନ ଧରି ବୁଲିବାକୁ ପଡ଼ିବ ନାହିଁ । ଆଜି ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ‘ଆଭା’ କାର୍ଡ ଯୋଗୁଁ ରୋଗୀଙ୍କୁ ନିଜର ପ୍ରେସ୍କ୍ରିପସନ ଧରି ବୁଲିବାକୁ ପଡ଼ିବ ନାହିଁ ଏବଂ ପ୍ରେସ୍କ୍ରିପସନ୍ ହଜିଗଲେ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ । ଫେବୃଆରୀ ମାସ ପୂର୍ବରୁ କାର୍ଡ ବାଣ୍ଟିବାକୁ ଯୋଜନା ରଖିଛନ୍ତି ସରକାର ।

ସମସ୍ତେ ଆଭା କାର୍ଡରେ ନିଜର ନାମ ପଞ୍ଜିକରଣ କରିବେ । ସମସ୍ତଙ୍କୁ ଆୟୁଷ୍ମାନ ଭାରତ ସହିତ ଆଭା କାର୍ଡ ମଧ୍ୟ ପ୍ରଦାନ କରାଯିବ । ଯେଉଁଥିରେ QR କୋଡ୍ ରହିବ । ଏହି କାର୍ଡରେ ରୋଗୀର ସମସ୍ତ ତଥ୍ୟ ରହିବ । ରୋଗୀ ଯେଉଁଠାକୁ ଯିବେ ସେଠାରେ ନିଜର କାର୍ଡରେ ଥିବା QR କୋଡ୍ କୁ ସ୍କାନ କଲେ ରୋଗ ବାବଦରେ ସମସ୍ତ ତଥ୍ୟ ମିଳି ଯିବ । 

Recent News
Copyright © 2025 ODISHANEWSLIVE.COM. All rights reserved.