Please wait...

Trending Now
  • ୧୮ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆ ଆକାଉଣ୍ଟ କଟକଣା ! ଲୋଡ଼ା ପଡ଼ିବ ଅଭିଭାବକଙ୍କ ଅନୁମତି !
  • ଶ୍ରୀମନ୍ଦିର ବାହାରେ ବିକ୍ରି ହେଉଥିବା ଖଜା; 'ମହାପ୍ରସାଦ' ନୁହେଁ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
  • ମାର୍ଚ୍ଚ ୩୦ରେ ଆବେଦନ କଲେ ବି ଏକା ଥରେ ମିଳିବ ‘ସୁଭଦ୍ରା’ର ଦୁଇଟି କିସ୍ତି ପ୍ରଭାତୀ ପରିଡ଼ା
  • ଚୂଡାନ୍ତ ପର୍ଯ୍ୟାୟରେ ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମ, ନିବେଶକଙ୍କ ପାଖରେ ଓଡିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
  • ଏଣିକି ‘ବ୍ୟକ୍ତିଗତ ଋଣ’ ନେବା ପୂର୍ବାପେକ୍ଷା ହେବ କଷ୍ଟକର ! ଜାଣନ୍ତୁ କାହିଙ୍କି
Monday, Jan 6, 2025
Published on: Thursday, January 02, 2025
Sports/Entertainment

୪ ଖେଳାଳିଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ସମ୍ମାନ ଏବଂ ୩୨ କ୍ରୀଡାବିତଙ୍କୁ ଅର୍ଜୁନ ପୁରସ୍କାର


ଓଏନଏଲ୍(ବ୍ୟୁୁରୋ) - ୪ ଖେଳାଳିଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ସମ୍ମାନ ଏବଂ ୩୨ କ୍ରୀଡାବିତଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯିବ। ଅଲିମ୍ପିକ୍ସରେ ୨ଟି ପଦକ ଜିତିଥିବା ମହିଳା ସୁଟ୍ଟର ମନୁ ଭାକର, ବିଶ୍ବ ଚେସ୍ ଚାମ୍ପିଅନସିପ୍ ବିଜେତା ଡି. ଗୁକେଶ, ଭାରତୀୟ ହକି ଦଳର ଅଧିନାୟକହରମନ ପ୍ରୀତ୍ ସିଂହ ଏବଂ ପାରା ଅଥଲେଟ୍ ପ୍ରବୀଣ କୁମାରଙ୍କୁ ଖେଳ ରତ୍ନ ସମ୍ମାନରେ ସମ୍ମାନିତ କରିବ କ୍ରୀଡ଼ା ମନ୍ତ୍ରାଳୟ । ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ‌ରେ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଏହି ୪ ଭାରତୀୟ ଖେଳାଳିଙ୍କୁ ସମ୍ମାନିତ କରାଯିବ।

ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଏକ ବିବୃତିରେ କୁହାଯାଇଛି ଯେ କମିଟିର ସୁପାରିସକୁ ଆଧାର କରି ଏବଂ ଯାଞ୍ଚ ପରେ ସରକାର ନିମ୍ନଲିଖିତ କ୍ରୀଡ଼ାବିତ୍, କୋଚ୍, ବିଶ୍ୱବିଦ୍ୟାଳୟ ଏବଂ ସଂସ୍ଥାକୁ ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୪ ଜଣ ଖେଳାଳିଙ୍କୁ ଖେଳ ରତ୍ନ ପୁରସ୍କାର ପ୍ରଦାନ କରାଯିବାକୁ ସ୍ଥିିର ହୋଇଥିବା ବେଳେ ୩୨ ଜଣଙ୍କୁ ଅର୍ଜୁନ ପୁରସ୍କାର ଏବଂ ତିନିଜଣ ପ୍ରଶିକ୍ଷକଙ୍କୁ ଦ୍ରୋଣାଚାର୍ୟ୍ୟ ପୁରସ୍କାର ପ୍ରଦାନ କରାଯିବ।

୩୨ ଜଣ ଅର୍ଜୁନ ପୁରସ୍କାର ବିଜେତାଙ୍କ ମଧ୍ୟରେ ଅଛନ୍ତି ଆଥଲେଟ୍ ଜ୍ୟୋତି ୟାରାଣୀ, ଅନ୍ନୁ ରାଣୀ, ବକ୍ସିଂ ଖେଳାଳି ନୀତୁ, ଅବନ୍ତିକା ଅଗ୍ରଓ୍ବାଲ, ହକି ଖେଳାଳି ସଲିମା ଟେଟ୍, ଜରମନପ୍ରୀତ୍ ସିଂହ, ଶୁଖଜିତ୍ ସିଂହ, ପାରା ତୀରନ୍ଦାଜି ଖେଳାଳି ରାକେଶ କୁମାର, ପାରା ଆଥଲେଟ୍ ପ୍ରୀତି ପାଲ୍, ଜୀବନଜି ଦିପ୍ତୀ, ଅଜିତ୍ ସିଂହ ଓ ସଚିନ୍ ସରଜେରାଓ ପ୍ରମୁଖ।

Recent News
Copyright © 2025 ODISHANEWSLIVE.COM. All rights reserved.