ଓଏନଏଲ୍(ବ୍ୟୁୁରୋ) - ଓଡ଼ିଶା ଆସିବେ ଆଉ ୩ ମହାବଳ । ଗୁରୁବାର ଏହି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ତାଙ୍କ ସୂଚନା ଅନୁସାରେ, ଓଡ଼ିଶାକୁ ଆଉ ୩ଟି ମହାବଳ ବାଘ ଆସିବେ । ପୂର୍ବରୁ ୫ଟି ମହାବଳ ବାଘ ଆସିବାର ଥିଲା । ତା ଭିତରୁ ଯମୁନା ଓ ଜିନ୍ନତ ଆସି ସାରିଛନ୍ତି । ଏମାନେ ସମ୍ପୂର୍ଣ୍ଣ ଖାପ ଖୁଆଇ ସାରିବା ପରେ ଆଉ ୩ଟି ମହାବଳ ବାଘ ଆଣିବାକୁ ସରକାର ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ କହିଛନ୍ତି ।
ମନ୍ତ୍ରୀ ଗଣେଶରାମ କହିଛନ୍ତି, ଜିନ୍ନତ ଏବେ ଶିମିଳିପାଳ ଏନକ୍ଲୋଜରରେ ଅଛି । ଜିନ୍ନତ ବର୍ତ୍ତମାନ ସୁସ୍ଥ ଅଛି ଓ ଜଳକ୍ରୀଡ଼ା ସହ ସ୍ବାଭାବିକ ଭାବେ ଖାଦ୍ୟ ଖାଉଛି। ଏମାନେ ଖାପ ଖୁଆଇଲା ପରେ ଆଉ ୩ ବାଘକୁ ଆଣିବା ପାଇଁ ସରକାର ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନେବେ।