ଓଏନଏଲ୍(ବ୍ୟୁୁରୋ) - ଓଡିଶାର ୨୭ ତମ ରାଜ୍ଯପାଳ ଭାବେ ଆସନ୍ତା ୩ ତାରିଖରେ ଶପଥ ନେବେ ଓଡିଶାର ନୂଆ ରାଜ୍ଯପାଳ। ଡକ୍ଟର ହରିବାବୁ କମ୍ଭମପତି । ଗୁରୁବାର ଭୁବନେଶ୍ବରରେ ପହଞ୍ଚିବେ ନୂଆ ରାଜ୍ଯପାଳ।
ସୂଚନାଯୋଗ୍ୟ, ଗତ ଡିସେମ୍ବର ୨୭ ତାରିଖରେ ନୂଆ ରାଜ୍ଯପାଳ ନିଯୁକ୍ତ ହୋଇଥିଲେ ଡକ୍ଟର ହରିବାବୁ କମ୍ଭମପତି। ଓଡ଼ିଶାର ରାଜ୍ୟପାଳ ଥିବା ରଘୁବର ଦାସଙ୍କ ଇସ୍ତଫା ପରେ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ମିଜୋରାମର ରାଜ୍ୟପାଳ ଥିଲେ ହରିବାବୁ କମ୍ଭମପତି। ୨୦୨୧ ନଭେମ୍ବର ୫ରେ ୧୫ ତମ ମିଜୋରାମ ରାଜ୍ୟପାଳ ଭାବେ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ନିଯୁକ୍ତି ମିଳିଥିଲା। ଏହାପରେ ତାଙ୍କୁ ଓଡ଼ିଶାର ୨୭ତମ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି।