Please wait...

Trending Now
  • ୧୮ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆ ଆକାଉଣ୍ଟ କଟକଣା ! ଲୋଡ଼ା ପଡ଼ିବ ଅଭିଭାବକଙ୍କ ଅନୁମତି !
  • ଶ୍ରୀମନ୍ଦିର ବାହାରେ ବିକ୍ରି ହେଉଥିବା ଖଜା; 'ମହାପ୍ରସାଦ' ନୁହେଁ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
  • ମାର୍ଚ୍ଚ ୩୦ରେ ଆବେଦନ କଲେ ବି ଏକା ଥରେ ମିଳିବ ‘ସୁଭଦ୍ରା’ର ଦୁଇଟି କିସ୍ତି ପ୍ରଭାତୀ ପରିଡ଼ା
  • ଚୂଡାନ୍ତ ପର୍ଯ୍ୟାୟରେ ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମ, ନିବେଶକଙ୍କ ପାଖରେ ଓଡିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
  • ଏଣିକି ‘ବ୍ୟକ୍ତିଗତ ଋଣ’ ନେବା ପୂର୍ବାପେକ୍ଷା ହେବ କଷ୍ଟକର ! ଜାଣନ୍ତୁ କାହିଙ୍କି
Monday, Jan 6, 2025
Published on: Wednesday, January 01, 2025
Odisha

ଫେବୃଆରୀରେ ଲାଗୁ ହେବ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା : ମୁକେଶ ମହାଲିଙ୍ଗ


ଓଏନଏଲ୍(ବ୍ୟୁୁରୋ) -  ୨୦୨୫ ଫେବୃଆରୀରେ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ଏହି ଯୋଜନାରେ ମହିଳାମାନଙ୍କୁ ୧୦ ଲକ୍ଷର ଚିକିତ୍ସା ସୁବିଧା ମିଳିବ ବୋଲି ବୁଧବାର ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏହାଛଡ଼ା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଇ-କେୱାଇସି ଡାଟାବେସକୁ ଆଧାର କରି କାର୍ଡ ଦିଆଯିବ । ୧ କୋଟି ପରିବାରର ତଥ୍ୟ ସରକାରଙ୍କ ପାଖରେ ରହିଛି । ଫେବୃଆରୀରୁ ଆୟୁଷ୍ମାନ ଲାଗୁ ହେଉଥିବାରୁ ବେଶୀ ଗୁରୁତ୍ୱପୂର୍ଣ୍ଣ । କେନ୍ଦ୍ରୀୟ ଟିମ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଫେରିଯାଇଛନ୍ତି । ପରିବାରର ପୁରୁଷଙ୍କୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ବୀମା ମିଳିବ । ୩୦ ହଜାର ହସ୍ପିଟାଲରେ ଏହି ସୁବିଧା ମିଳିବ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି ।

ଉଲ୍ଲେଖଯୋଗ୍ୟସ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ଓଡ଼ିଶାରେ ଆସନ୍ତା ଫେବୃଆରୀରୁ ଲାଗୁ ହେବ ।  ରାଜ୍ୟର ସାଢେ଼ ୩ କୋଟି ଲୋକଙ୍କୁ ଏନେଇ ସ୍ୱାସ୍ଥ୍ୟକାର୍ଡ ମିଳିବ । ନିର୍ଦ୍ଦିଷ୍ଟ ଭାବରେ ୧ କୋଟି ପରିବାରର ପ୍ରାୟ ୩ କୋଟି ୫୦ ଲକ୍ଷ ଲୋକଙ୍କୁ ସ୍ୱାସ୍ଥ୍ୟ କାର୍ଡ ମିଳିବ । ଏହା ସାରା ଭାରତ ବର୍ଷରେ ପାଖାପାଖି ୨୭ ହଜାର ହସ୍ପିଟାଲ ସହ ଅନୁବନ୍ଧିତ ହେବ। ଲୋକ କ୍ୟାସଲେସ୍ ଚିକିତ୍ସା ସୁବିଧା ପାଇବେ । ୭୦ବର୍ଷ ବୟସରୁ ଊର୍ଦ୍ଧ୍ୱ ଲୋକଙ୍କ ମଧ୍ୟ ଏହି ସ୍ୱାସ୍ଥ୍ୟବୀମା ସୁବିଧା ମିଳିବ । ଏହା ଏକ କମନ୍ କାର୍ଡ ହେବ ।”ରାଜ୍ୟର ନିଜସ୍ବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଭାରତ ଯୋଜନା ପାଇଁ ହିତାଧିକାରୀଙ୍କୁ ଗୋଟିଏ କାର୍ଡ ପ୍ରଦାନ କରାଯିବ। ଉଭୟ ଯୋଜନା ଅଧୀନରେ ରାଜ୍ୟର ସାଢ଼େ ୩ କୋଟି ଲୋକ ଉପକୃତ ହେବେ।

Recent News
Copyright © 2025 ODISHANEWSLIVE.COM. All rights reserved.