Please wait...

Trending Now
  • ୧୮ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆ ଆକାଉଣ୍ଟ କଟକଣା ! ଲୋଡ଼ା ପଡ଼ିବ ଅଭିଭାବକଙ୍କ ଅନୁମତି !
  • ଶ୍ରୀମନ୍ଦିର ବାହାରେ ବିକ୍ରି ହେଉଥିବା ଖଜା; 'ମହାପ୍ରସାଦ' ନୁହେଁ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
  • ମାର୍ଚ୍ଚ ୩୦ରେ ଆବେଦନ କଲେ ବି ଏକା ଥରେ ମିଳିବ ‘ସୁଭଦ୍ରା’ର ଦୁଇଟି କିସ୍ତି ପ୍ରଭାତୀ ପରିଡ଼ା
  • ଚୂଡାନ୍ତ ପର୍ଯ୍ୟାୟରେ ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମ, ନିବେଶକଙ୍କ ପାଖରେ ଓଡିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
  • ଏଣିକି ‘ବ୍ୟକ୍ତିଗତ ଋଣ’ ନେବା ପୂର୍ବାପେକ୍ଷା ହେବ କଷ୍ଟକର ! ଜାଣନ୍ତୁ କାହିଙ୍କି
Monday, Jan 6, 2025
Published on: Wednesday, January 01, 2025
Odisha

ସାଧାରଣ ଲୋକଙ୍କ ସହଭାଗିତାରେ ଏଥର ହେବ ଅପରାଧ ନିୟନ୍ତ୍ରଣ : ପୋଲିସ କମିଶନର


ଓଏନଏଲ୍(ବ୍ୟୁୁରୋ) - ନୂଆବର୍ଷରେ ନୂଆ ସଂକଳ୍ପ ସହ ଅପରାଧକୁ ନିୟନ୍ତ୍ରଣ କରିବାକୁ ଲୋକଙ୍କ ସହଭାଗିତା ଲୋଡିଛି କମିଶନରେଟ୍ ପୋଲିସ । ଏଥିସହ ଆସିଛି ସାମ୍ବାଦିକ ସମ୍ମିଳନୀ କରି କମିଶନରେଟ୍ ପୋଲିସର ବାର୍ଷିକ ଅପରାଧିକ ରିପୋର୍ଟ ରିପୋର୍ଟ ପ୍ରକାଶ କରିଛନ୍ତି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ। କମିଶନର କହିଛନ୍ତି, ସାଧାରଣ ଲୋକଙ୍କ ସହଭାଗିତାରେ ଏଥର ହେବ ଅପରାଧ ନିୟନ୍ତ୍ରଣ ।

ବାର୍ଷିକ ଅପରାଧିକ ରିପୋର୍ଟ ଅନୁସାରେ, ଭୁବନେଶ୍ୱରର ଅର୍ବାନ ପୋଲିସ ଜିଲ୍ଲାରେ ୨୦୨୩ରେ ୧୧ ହଜାର ୯୭୫ ମାମଲା ରୁଜୁ ହୋଇଥିବା ବେଳେ ୨୦୨୪ରେ ୧୪ ହଜାର ୪୧୬ କେସ୍ ରୁଜୁ ହୋଇଛି । ୨୦୨୩ରେ ୫୨ଟି ହତ୍ୟାକାଣ୍ଡ ମାମଲା ରୁଜୁ ହୋଇଥିବା ବେଳେ, ୨୦୨୪ରେ ଏହା ବୃଦ୍ଧି ହୋଇ ୬୬ରେ ପହଁଚିଛି । ୨୦୨୪ରେ ଡକାୟତି, ଲୁଟ୍‌, ଚୋରୀ ଘଟଣା ପୂର୍ବପେକ୍ଷା କମିଛି । ସେହିପରି କଟକ ୟୁପିଡିରେ ୨୦୨୩ରେ ୭୮ ହତ୍ୟାକାଣ୍ଡ ହୋଇଥିବା ବେଳେ ୨୦୨୪ରେ ୮୯ଟି ହତ୍ୟା ହୋଇଛି ।

ସାଇବର ଅପରାଧ ରୋକିବା ଲାଗି ଲୋକଙ୍କୁ ସଚେତନ କରାଯାଇଛି । ଟୋଲ ଫ୍ରି ନମ୍ବର ୧୯୩୦ ଜାରି ହୋଇଛି । ଅନ୍ୟପଟେ ଟୁଇନ୍ ସିଟିରେ ବଢୁଥିବା ଟ୍ରାଫିକ୍ ସମସ୍ୟାକୁ ରୋକିବା ସହିତ ୨୦୨୫ରେ ଦୁର୍ଘଟଣା ହାର କମାଇବା କମିଶନରେଟ ପୋଲିସର ମୁଖ୍ୟ ପ୍ରୟାସ ହେବ ବୋଲି କହିଛନ୍ତି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ ।

Recent News
Copyright © 2025 ODISHANEWSLIVE.COM. All rights reserved.