Please wait...

Trending Now
  • ୧୮ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆ ଆକାଉଣ୍ଟ କଟକଣା ! ଲୋଡ଼ା ପଡ଼ିବ ଅଭିଭାବକଙ୍କ ଅନୁମତି !
  • ଶ୍ରୀମନ୍ଦିର ବାହାରେ ବିକ୍ରି ହେଉଥିବା ଖଜା; 'ମହାପ୍ରସାଦ' ନୁହେଁ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
  • ମାର୍ଚ୍ଚ ୩୦ରେ ଆବେଦନ କଲେ ବି ଏକା ଥରେ ମିଳିବ ‘ସୁଭଦ୍ରା’ର ଦୁଇଟି କିସ୍ତି ପ୍ରଭାତୀ ପରିଡ଼ା
  • ଚୂଡାନ୍ତ ପର୍ଯ୍ୟାୟରେ ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମ, ନିବେଶକଙ୍କ ପାଖରେ ଓଡିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
  • ଏଣିକି ‘ବ୍ୟକ୍ତିଗତ ଋଣ’ ନେବା ପୂର୍ବାପେକ୍ଷା ହେବ କଷ୍ଟକର ! ଜାଣନ୍ତୁ କାହିଙ୍କି
Monday, Jan 6, 2025
Published on: Wednesday, January 01, 2025
National/International

ଖୁବଶୀଘ୍ର ଭାରତ ଆସିବ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତାହୱୁର ରାଣା


ଓଏନଏଲ୍(ବ୍ୟୁୁରୋ) - ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତାହୱୁର ରାଣାଙ୍କୁ ଖୁବଶୀଘ୍ର ଭାରତ ଅଣାଯିବ । ଏନେଇ ଗ୍ରୀନ ସିଗନାଲ୍ ଦେଇଛି ଆମେରିକା । ଭାରତ ପାଇଁ ଏକ ବଡ କୂଟନୈତିକ ବିଜୟ ଭାବରେ ବିବେଚନା କରାଯାଉଛି। ଏବେ ଭାରତ ତାଙ୍କୁ ଜଲଦି ଫେରାଇ ଆଣିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛି । ରାଣା ୨୬/୧୧ ମାଷ୍ଟରମାଇଣ୍ଡ ଡେଭିଡ୍ କୋଲମାନ ହେଡଲିଙ୍କୁ ସାହାଯ୍ୟ କରିଥିଲେ ବୋଲି ଅଭିଯୋଗ ରହିଛି । ହେଡଲି ମୁମ୍ବାଇରେ ସ୍ଥାନଗୁଡ଼ିକର ରେକି କରିଥିଲେ ଅର୍ଥାତ୍ ସ୍ଥାନଗୁଡ଼ିକୁ ବୁଲି ଦେଖିଥିଲେ ।

ଏହାପୂର୍ବରୁ ଭାରତ ଆମେରିକୀୟ କୋର୍ଟରେ ଦୃଢ଼ ପ୍ରମାଣ ଉପସ୍ଥାପନ କରିଥିଲା । ଏଥିରେ ରାଣାଙ୍କ ସମ୍ପୃକ୍ତି ସ୍ପଷ୍ଟ ରୂପରେ ଦେଖାଯାଇଥିଲା । ରାଣାଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନକୁ ଆମେରିକା କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ। ରାଣାଙ୍କୁ ଭାରତ ହସ୍ତାନ୍ତର କରାଯାଇପାରିବ ବୋଲି କୋର୍ଟ ସ୍ୱୀକାର କରିଛନ୍ତି। ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ତାଙ୍କର ଭୂମିକା ସାମ୍ନାକୁ ଆସିଥିଲା।ରାଣାଙ୍କ ବିରୋଧରେ ଆନ୍ତର୍ଜାତୀୟ ଗିରଫ ୱାରେଣ୍ଟ ମଧ୍ୟ ଜାରି କରାଯାଇଥିଲା। ଏନଆଇଏ ମଧ୍ୟ ଏହି ମାମଲାରେ ଏକ ଚାର୍ଜସିଟ୍ ଦାଖଲ କରିଛି।

ଏଫବିଆଇ ରାଣାଙ୍କୁ ୨୦୦୯ରେ ଚିକାଗୋରୁ ଗିରଫ କରିଥିଲା । ସେ ପାକିସ୍ତାନର ଆଇଏସଆଇ ଏବଂ ଲସ୍କର-ଏ-ତାଏବାର ଜଣେ ଅପରେଟିଭ୍ ବୋଲି କୁହାଯାଉଛି ।ଆତଙ୍କବାଦୀ ସଙ୍ଗଠନକୁ ସାହାଯ୍ୟ କରିବା ଏବଂ ଡେନମାର୍କରେ ଆତଙ୍କୀ ଆକ୍ରମଣର ବିଫଳ ଷଡ଼ଯନ୍ତ୍ର ରଚିବା ପାଇଁ କୋର୍ଟ ରାଣାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ତେବେ ଭାରତରେ ହୋଇଥିବା ଆକ୍ରମଣ ଅଭିଯୋଗକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ । ତେବେ କୋର୍ଟ କହିଥିଲେ ଯେ ସେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିଲେ ତାଙ୍କୁ ଭାରତ ପ୍ରତ୍ୟର୍ପଣ କରାଯିବା ଉଚିତ୍ ।

Recent News
Copyright © 2025 ODISHANEWSLIVE.COM. All rights reserved.