Please wait...

Trending Now
  • ୧୮ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆ ଆକାଉଣ୍ଟ କଟକଣା ! ଲୋଡ଼ା ପଡ଼ିବ ଅଭିଭାବକଙ୍କ ଅନୁମତି !
  • ଶ୍ରୀମନ୍ଦିର ବାହାରେ ବିକ୍ରି ହେଉଥିବା ଖଜା; 'ମହାପ୍ରସାଦ' ନୁହେଁ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
  • ମାର୍ଚ୍ଚ ୩୦ରେ ଆବେଦନ କଲେ ବି ଏକା ଥରେ ମିଳିବ ‘ସୁଭଦ୍ରା’ର ଦୁଇଟି କିସ୍ତି ପ୍ରଭାତୀ ପରିଡ଼ା
  • ଚୂଡାନ୍ତ ପର୍ଯ୍ୟାୟରେ ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମ, ନିବେଶକଙ୍କ ପାଖରେ ଓଡିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
  • ଏଣିକି ‘ବ୍ୟକ୍ତିଗତ ଋଣ’ ନେବା ପୂର୍ବାପେକ୍ଷା ହେବ କଷ୍ଟକର ! ଜାଣନ୍ତୁ କାହିଙ୍କି
Monday, Jan 6, 2025
Published on: Tuesday, December 31, 2024
National/International

ଗରିବଙ୍କୁ ମିଳିବ ଆହୁରି ୨କୋଟି ଘର, ଘୋଷଣା କଲେ ମୋଦୀ


ଓଏନଏଲ୍(ବ୍ୟୁୁରୋ) - ନୂଆ ବର୍ଷର ଉପହାର ଦେଲେ ମୋଦୀ, ଗରିବଙ୍କୁ ମିଳିବ ଆହୁରି ୨କୋଟି ଘର। ବିଜେପି ୨୦୨୪ ଲୋକସଭା ନିର୍ବାଚନ ଇସ୍ତାହାରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଆଉ ତିନି କୋଟି ଘର ନିର୍ମାଣର ପ୍ରତିଶ୍ରୁତି ଦେଇଥିଲା। ୩କୋଟିରୁ ୨କୋଟି ଘର ଗ୍ରାମାଞ୍ଚଳ ଓ ୧କୋଟି ଘର ସହରାଞ୍ଚଳରେ ନିର୍ମାଣ ହେବ । ଏନେଇ ବର୍ଷ ଆରମ୍ଭରୁ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ସର୍ଭେ ଆରମ୍ଭ ହେବ, ଯାହା ଆସନ୍ତା ତିନି ମାସ ମଧ୍ୟରେ ଅର୍ଥାତ୍  ୩୧ମାର୍ଚ୍ଚ, ୨୦୨୫ସୁଦ୍ଧା ଶେଷ ହେବ ବୋଲି ଜଣାପଡ଼ିଛି।

ଡିସେମ୍ବର ୨୭ରେ ଏନେଇ ସମସ୍ତ ରାଜ୍ୟକୁ ଚିଠି ପଠାଯାଇଥିବା ଜଣାଯାଇଛି। ସୂଚନା ମୁତାବକ, ଗ୍ରାମାଞ୍ଚଳ ନେଇ ସର୍ଭେ ଆରମ୍ଭ ହେବାକୁ ଥିବା ବେଳେ ସହରାଞ୍ଚଳ ପାଇଁ ସର୍ଭେ ଆରମ୍ଭ ହୋଇସାରିଛି। ଅତିରିକ୍ତ ତିନି କୋଟି ଘର ନିର୍ମାଣ କାର୍ୟ୍ୟ ମାର୍ଚ୍ଚ ୩୧, ୨୦୨୯ ଭିତରେ ସମାପ୍ତ କରିବାର ଲକ୍ଷ୍ୟ ରଖାଯାଇଛି ବୋଲି ଜଣାପଡ଼ିଛି।

Recent News
Copyright © 2025 ODISHANEWSLIVE.COM. All rights reserved.