ଓଏନଏଲ୍(ବ୍ୟୁୁରୋ)
- ୧୯ ବର୍ଷରୁ କମ୍ ମହିଳା ଏସିଆ କପ୍ ଫାଇନାଲରେ ଚାମ୍ପିଅନ୍ ହେଲା ଟିମ୍ ଇଣ୍ଡିଆ ।
ବାଂଲାଦେଶକୁ ହରାଇ ୪୧ ରନରେ ହରାଇ ୧୯ ବର୍ଷରୁ କମ୍ ମହିଳା ଏସିଆ କପ୍ ଟାଇଟଲ ହାଟେଇଛି
ଭାରତ । ପ୍ରଥମ ଥର ପାଇଁ ମହିଳା ଏସିଆ କପ୍ ଆୟୋଜନ ହୋଇଥିବା ବେଳେ ଚାମ୍ପିଅନ୍ ହୋଇ
ଭାରତ ବଡ଼ ସଫଳତା ହାସଲ କରିଛି ।
କ୍ବାଲାଲମପୁରର ବାୟୁମାସ ଓଭାଲରେ ଖେଳା
ଯାଇଥିବା ଏହି ହାଇ ପ୍ରୋଫାଇଲ ମ୍ୟାଚରେ ଟସ୍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ
ଆମନ୍ତ୍ରଣ କରିଥିଲା ବାଂଲାଦେଶ । ଭାରତ ପକ୍ଷରୁ ବାଂଲାଦେଶକୁ ୧୧୮ ରନର ଟାର୍ଗେଟ
ଦିଆଯାଇଥିଲା । ହେଲେ ବାଂଲାଦେଶ ଟିମ୍ ମାତ୍ର ୭୬ ରନରେ ଅଲଆଉଟ ହୋଇଯାଇଥିଲା ।
ପ୍ରଥମେ
ବ୍ୟାଟିଂ କରି ଭାରତୀୟ ଟିମ୍ ୭ ଓ୍ବିକେଟ ହରାଇ ୧୧୭ ରନ୍ କରିଥିଲା । ୧୧୮ ରନର ବିଜୟ
ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ବାଂଲାଦେଶ ଟିମର କୌଣସି ଖେଳାଳି ବେଶି ସମୟ
କ୍ରିଜରେ ତିଷ୍ଠି ପାରି ନଥିଲେ । ୧୮.୩ ଓଭରରେ ୭୬ ରନ୍ କରି ଟିମ୍ ଅଲଆଉଟ ହୋଇଯାଇଥିଲା
। ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ଜୁଏରିୟା ଫିରଦୋସ ୩୦ ବଲରୁ ୨୨ ରନ୍ କରିଥିଲେ ।
ଅପ୍ନର ଫହୋମିଦା ଚୋୟା ୧୮ ରନ୍ କରିବାକୁ ସକ୍ଷମ ହୋଇଥିବା ବେଳେ ଅନ୍ୟ କୌଣସି
ବାଂଲାଦେଶୀ ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନଥିଲେ । ଭାରତ ତରଫରୁ ଆୟୁଷୀ ତିନି
ଓ୍ବିକେଟ ନେଇଥିବା ବେଳେ ସୋନମ ଯାଦବ ଏବଂ ପରୁଣିକା ସିସାଦିଆ ଦୁଇଟି ଲେଖାଏଁ ଓ୍ବିକେଟ
ହାସଲ କରିଥିଲେ । ଜୋଶିଥାଙ୍କୁ ଗୋଟିଏ ଓ୍ବିକେଟ ମିଳିଥିଲା ।