ଓଏନଏଲ୍(ବ୍ୟୁୁରୋ) - ଯଦି ଆପଣ ଆମ୍ ଆଦମୀ ପାର୍ଟିକୁ ବାଛନ୍ତି, ତେବେ ମୋତେ ଆଉ ଜେଲ ଯିବାକୁ ପଡ଼ିବ ନାହିଁ ବୋଲି ଲୋକଙ୍କୁ କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଜାମିନରେ ଜେଲରୁ ମୁକୁଳିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଥମ ରୋଡ୍ ସୋ’ କରିଛନ୍ତିି । ମେ ୨୫ରେ ଦିଲ୍ଲୀର ୭ ଲୋକସଭା ଆସନରେ ହେବାକୁ ଥିବା ନିର୍ବାଚନରେ ଆମ୍ ଆଦମୀ ପାର୍ଟି (ଆପ୍)କୁ ଭୋଟ ଦେଇ ଜିତାଇବାକୁ ଲୋକଙ୍କୁ ଅପିଲ କରିଛନ୍ତିି କେଜ୍ରିୱାଲ। କେଜ୍ରିୱାଲ କହିଛନ୍ତି, “ମୁଁ ଆପଣଙ୍କ ପାଇଁ କାମ କରୁଥିବାରୁ ସେମାନେ ମୋତେ ଜେଲକୁ ପଠାଇଥିଲେ। ଦିଲ୍ଲୀର ଲୋକଙ୍କ କାମ ହେଉ ବୋଲି ବିଜେପି ଚାହୁଁ ନାହିଁ।
କେଜ୍ରିୱାଲ ଅଭିଯୋଗ କରିଛନ୍ତି ଯେ ତିହାର ଜେଲରେ ତାଙ୍କୁ ୧୫ ଦିନ ପର୍ଯ୍ୟନ୍ତ ଇନସୁଲିନ ଦିଆଯାଇନଥିଲା। ଯଦି ମୁଁ ଜେଲକୁ ଫେରିବି, ତେବେ ବିଜେପି ଲୋକଙ୍କୁ ମାଗଣା ବିଜୁଳି ଯୋଗାଣ ବନ୍ଦ କରିଦେବ, ସ୍କୁଲ୍ ଗୁଡ଼ିକ ଖରାପ କରିଦେବ ଏବଂ ଡାକ୍ତରଖାନା ଏବଂ ମୋହଲା କ୍ଲିନିକ୍ ବନ୍ଦ କରିବ। ସେ ମଧ୍ୟ ଲୋକମାନଙ୍କୁ ଦଳୀୟ ପ୍ରାର୍ଥୀ ଭାରତୀଙ୍କୁ ଭୋଟ୍ ଦେବାକୁ ଲୋକଙ୍କୁ ଅପିଲ କରିଛନ୍ତିି ।
କେଜ୍ରିୱାଲ ରବିବାର ଏକ ରୋଡ୍ ସୋ ସମୟରେ କହିଛନ୍ତି, “ମୋତେ ୨୦ ଦିନ ପରେ ଜେଲକୁ ଫେରିବାକୁ ପଡ଼ିବ। ଯଦି ଆପଣ ଝାଡ଼ୁ (‘ଆପ୍’ ର ନିର୍ବାଚନ ପ୍ରତୀକ) ବାଛିବେ, ତେବେ ମୋତେ ଆଉ ଜେଲ୍ ଯିବାକୁ ପଡ଼ିବ ନାହିଁ। ” ଆପ୍ ର ଜାତୀୟ ଆବାହକ କେଜ୍ରିୱାଲ ଜୁନ୍ ୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନରେ ଜେଲରୁ ମୁକ୍ତ ହୋଇଛନ୍ତି। ତାଙ୍କୁ ଜୁନ୍ ୨ରେ ଆତ୍ମସମର୍ପଣ କରିବାକୁ ପଡ଼ିବ। ସୂଚନଯୋଗ୍ୟ,
ଦିଲ୍ଲୀର ସମସ୍ତ ୭ଟି ଲୋକସଭା ଆସନରେ ମେ ୨୫ରେ ମତଦାନ ଅନୁଷ୍ଠିତ ହେବ।