ଓଏନଏଲ୍(ବ୍ୟୁୁରୋ) - କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ ନିର୍ବାଚନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ସସ୍ମିତ ପାତ୍ର।
ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାଂସଦ ସସ୍ମିତ ପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ଏହି ଗସ୍ତ କ୍ରମାଗତ ଭାବେ ନିର୍ବାଚନ ହାରି ଆସୁଥିବା ନିରାଶ କଂଗ୍ରେସ କର୍ମୀଙ୍କୁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ। ସେହି ଦୃଷ୍ଟିକୋଣରୁ ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତ କଂଗ୍ରେସ ପାଇଁ ଲାଭଦାୟକ ହୋଇପାରେ। କିନ୍ତୁ ନିର୍ବାଚନରେ ଏହାର କୌଣସି ଫରକ ପଡିବ ନାହିଁ।