ଓଏନଏଲ୍(ବ୍ୟୁୁରୋ) - ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ଵବିଦ୍ୟାଳୟର ନୂଆ କୁଳପତି ଭାବେ ଡାକ୍ତର ମାନସ ରଞ୍ଜନ ସାହୁଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ରଘୁବର ଦାସ । ଆଜି ଏ ସମ୍ପର୍କରେ ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ଡାକ୍ତର ମାନସ ରଞ୍ଜନ ସାହୁ ଭୁବନେଶ୍ୱର ଏମ୍ସରେ ଜେନେରାଲ ସର୍ଜରୀ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି ।
ନବନିଯୁକ୍ତ କୁଳପତି ଚେନ୍ନାଇର ଏସଆରସିଏମସିଆରଆଇରୁ ସର୍ଜିକାଲ ଗାଷ୍ଟ୍ରୋଏଂଟନୋଲୋଜିରେ ଫେଲୋସିପ୍ ପାଇଛନ୍ତି। ତାଙ୍କର ଅଧ୍ୟାପନା କ୍ଷେତ୍ରରେ ୨୬ବର୍ଷରୁ ଅଧିକ ଅଭିଜ୍ଞତା ରହିଛି ।