ଓଏନଏଲ୍(ବ୍ୟୁୁରୋ) - ଚଳିତ ବର୍ଷ ଓଡିଶାକୁ ଶୀଘ୍ର ଆସିବ ମୌସୁମୀ । ଆସନ୍ତା ୧୯ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ, ନିକୋବର ଦ୍ୱୀପପୁଞ୍ଜ ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରକୁ ମୌସୁମୀ ବାୟୁ ପହଞ୍ଚିବାର ସମ୍ଭାବନା ରହିଛି ଏବଂ ଚଳିତ ବର୍ଷ ମୌସୁମୀ ସ୍ବାଭାବିକ ସମୟ ପୂର୍ବରୁ ଆସିବାକୁ ଯାଉଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରଥମେ ଆଣ୍ଡାମାନ ନିକୋବରକୁ ଛୁଇଁବ । ଏହାପରେ ଦେଶର ଅନ୍ୟ ସ୍ଥାନରେ ମୌସୁମୀ ବର୍ଷା ହେବ ।
ପାଣିପାଗ ବିଭାଗର ସୂଚନା ଅନୁସାରେ , ଦେଶରେ ଏଲନିନୋ ସ୍ଥିତି ଦୁର୍ବଳ ରହିଛି ଏବଂ ଲା ନିନାର ସ୍ଥିତି ସକ୍ରିୟ ହେଉଛି । ଯାହା ଚଳିତ ବର୍ଷ ମୈାସୁମୀ ପାଇଁ ଅନୁକୂଳ ରହିବ ବୋଲି କୁହାଯାଉଛି । ଏଥିପାଇଁ ମୈାସୁମୀ ସ୍ୱାଭାବିକ ସମୟ ପୂର୍ବରୁ ଆସିପାରେ ବୋଲି କୁହାଯାଉଛି ।