Please wait...

Trending Now
  • ଘରୋଇ ପରିବହନ ସଂସ୍ଥା ଓଲା ଓ ଉବେରକୁ ଟକ୍କର ଦେବ ‘ଓଡ଼ିଶା ଯାତ୍ରୀ’ ! ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱର, ପୁରୀ ଓ କଟକରେ ସେବା ଯୋଗାଇବ ଏହି ଆପ୍
  • ‘ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭’ ପ୍ରସ୍ତୁତି ପାଇଁ ୱେବପୋର୍ଟାଲ ଉନ୍ମୋଚିତ, ଜନତାଙ୍କ ପରାମର୍ଶ ଲୋଡିଲେ ମୋହନ ସରକାର
  • ଯାତ୍ରାରେ ଦିନକୁ ଦିନ ବଢିବାରେ ଲାଗିଛି ଅଶ୍ଳୀଳ ନୃତ୍ୟ ! ଶୀଘ୍ର ନିଷ୍ପତ୍ତି ନେବାକୁ ଯାତ୍ରା ମାଲିକଙ୍କୁ ଅନୁରୋଧ କଲେ ଆଇନ ମନ୍ତ୍ରୀ
  • ନଭେମ୍ବର ୨୬ଠାରୁ ବିଧାନସଭାର ଆଗାମୀ ଶୀତକାଳୀନ ଅଧିବେଶନ
  • ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା ! ଖୁବ୍‌ ଶୀଘ୍ର ମିଳିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା
Friday, Nov 1, 2024
Published on: Wednesday, May 15, 2024
Odisha

ଯିଏ ଆପଣଙ୍କ ସାଙ୍ଗରେ ଦିନରାତି ଛିଡ଼ା ହେବେ ସେମାନଙ୍କୁ ଆଶୀର୍ବାଦ କରନ୍ତୁ, ଟୁରିଷ୍ଟଙ୍କୁ ନୁହେଁ: କାର୍ତ୍ତିକ ପାଣ୍ଡିଆନ୍


ଓଏନଏଲ୍(ବ୍ୟୁୁରୋ) -  ଯିଏ ଆପଣଙ୍କ ସାଙ୍ଗରେ ଦିନରାତି ଛିଡ଼ା ହେବେ, ସୁଖଦୁଃଖରେ ରହିବେ ସେମାନଙ୍କୁ ଆଶୀର୍ବାଦ କରନ୍ତୁ, ଟୁରିଷ୍ଟଙ୍କୁ ନୁହେଁ ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି। ଜୁନ ୯ ତାରିଖରେ ୧୧.୩୦ରୁ ଅପରାହ୍ନ ୧ ଘଣ୍ଟା ମଧ୍ୟରେ ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ହୋଇ ଆପଣଙ୍କ ସେବା କରିବା ପାଇଁ ଦାୟିତ୍ୱ ନେବେ। ପ୍ରଥମ ଦସ୍ତଖତରେ ବିଜୁଳି ବିଲ୍‍ ଛାଡ଼ କରି ୯୦ ପ୍ରତିଶତ ପରିବାରଙ୍କୁ ଉପକୃତ କରିବ। ଭୋଟ ଦିନ ବିପୁଳ ସଂଖ୍ୟାରେ ଆସି ଭୋଟ ଦିଅନ୍ତୁ। ଆପଣ ବିଜୁଳି ପାଇବେ, ବିରୋଧୀ କରେଣ୍ଟ ପାଇବେ।
ବିଜେପି କହୁଛି ମାଗଣା ବିଜୁଳି ଦେବ, ୪୦/୫୦ ହଜାର ଟଙ୍କା ଖର୍ଚ୍ଚ କରି ଆପଣ ସୋଲାର ପ୍ୟାନେଲ ଲଗାଇବେ। ସୂର୍ଯ୍ୟ କିରଣରୁ ବିଜୁଳି ମିଳିବ। ଦିନରେ ଲଣ୍ଠନ ଦେଖାଉଛନ୍ତି ବିଜେପି ।ବିରୋଧୀ ଆସିଲେ ପଚାରିବେ, କହିଥିଲେ ଦର ଦାମ୍‍ କମିବ, ଏଲ୍‍.ପି.ଜି. ପେଟ୍ରୋଲ, ଡିଜେଲ ଦର କମିଲା କି ? ରୋଜଗାର ଦେଲେ କି ?

ମୁଖ୍ୟମନ୍ତ୍ରୀ ଓଡିଶାକୁ ଶହେ ବର୍ଷକୁ ଆଗକୁ ନେଇ, ନମ୍ବର ଏକ କରିବାକୁ ଦିନ ରାତି ଖଟୁଛନ୍ତି  ହେଲେ ବିଜେପିର ମାନିଫେଷ୍ଟୋ କିନ୍ତୁ ଓଡିଶାକୁ ୨୫ ବର୍ଷ ପଛକୁ ନେଇଯିବ। ୨୫ ତାରିଖ ଭୋଟରେ ଆପଣମାନେ ଦେଖେଇବେ। ୨୫ ବର୍ଷ ପଛକୁ ଯିବାର ଅଛି କି, ୨୫ ବର୍ଷ ଆଗକୁ ଯିବାର ଅଛି ।

Recent News
Copyright © 2024 ODISHANEWSLIVE.COM. All rights reserved.